Latest Odisha News

BREAKING NEWS

ଅଜବ ନିୟମ: ସ୍କୁଲରେ ଶୌଚାଳୟ ବ୍ୟବହାର କରିବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ଦେଖାଇବାକୁ ହେବ ପାସ୍

ବେଜିଂ: ଗୁଆଙ୍ଗଡଙ୍ଗ ପ୍ରଦେଶର ୟାଙ୍ଗଜିଆଙ୍ଗ ସହରର ଏକ ଚାଇନିଜ୍ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶୌଚାଳୟ ବ୍ୟବହାର କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ‘ଶୌଚାଳୟ ପାସ୍’ ଦେଖାଇବା ବାଧ୍ୟତାମୂଳକ ବୋଲି ନିୟମ କରିବା ପରେ ସମାଲୋଚିତ ହୋଇଛି।

ଏକାସାଙ୍ଗରେ ଶ୍ରେଣୀ ଛାଡ଼ି ଯାଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ସୀମିତ କରିବା ଏବଂ ଛାତ୍ରଛାତ୍ରୀଙ୍କ ଗୋଷ୍ଠୀ ବିଶେଷ କରି ସନ୍ଧ୍ୟାରେ ସେଲ୍ଫ ଷ୍ଟଡି ସେସନକୁ ବର୍ଜନ କରୁଥିବା ଦେଖି ଏହି ନିୟମ ଲାଗୁ କରାଯାଇଥିଲା। ତେବେ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ପ୍ରାଇଭେସି ଉଲ୍ଲଙ୍ଘନ କରୁଥିବା ନେଇ ଅନେକ ଲୋକ ଅଭିଯୋଗ କରିଛନ୍ତି।

ସେପ୍ଟେମ୍ବର 26ରେ ଏହି ନିୟମକୁ ଉଚ୍ଛେଦ କରାଯାଇଥିଲେ ମଧ୍ୟ ସ୍ଥାନୀୟ ଶିକ୍ଷା କର୍ତ୍ତୃପକ୍ଷ ଏହାର ତଦନ୍ତ କରୁଛନ୍ତି। ଏହି ଘଟଣା ଚୀନର ସ୍କୁଲ ଗୁଡିକର ଭୂମିକା ଏବଂ ଛାତ୍ରଛାତ୍ରୀଙ୍କ ଜୀବନକୁ ନିୟନ୍ତ୍ରଣ କରିବା ପାଇଁ ସେମାନେ କେତେଦୂର ସକ୍ଷମ ହେବା ଉଚିତ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ କରିବା ଏବଂ ସେମାନଙ୍କ ପାଠପଢ଼ାରେ ଧ୍ୟାନ ଦେବା ପାଇଁ ବିଦ୍ୟାଳୟଗୁଡ଼ିକର ଅଧିକ କ୍ଷମତା ରହିବା ଆବଶ୍ୟକ ବୋଲି କିଛି ଲୋକ ଯୁକ୍ତି ବାଢୁଛନ୍ତି। ଅନ୍ୟମାନେ ଯୁକ୍ତି କରନ୍ତି ଯେ ବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀଙ୍କ ଗୋପନୀୟତା ଏବଂ ସ୍ୱାୟତ୍ତତାକୁ ସମ୍ମାନ ଦେବା ଉଚିତ୍।

ଚୀନରେ 2021ରେ ଲାଗୁ ହୋଇଥିବା ସିଭିଲ୍ କୋଡ୍ ଅନୁସାରେ କୌଣସି ସଂସ୍ଥା କିମ୍ବା ବ୍ୟକ୍ତିବିଶେଷଙ୍କ ବ୍ୟକ୍ତିତ୍ୱକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। କିନ୍ତୁ ଅନେକ ଛାତ୍ରଛାତ୍ରୀ ଓ ଅଭିଭାବକ ସେମାନଙ୍କ କଥାରେ ଅସମତ ହେଲେ ମଧ୍ୟ ସ୍କୁଲ୍ ନିୟମ ମାନିବା ପାଇଁ ଚାପ ଅନୁଭବ କରନ୍ତି।

Comments are closed.