Latest Odisha News

BREAKING NEWS

ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ବ୍ରେନ ସେନ୍ସର ପ୍ରସ୍ତୁତ କଲା ଚୀନ

ବେଜିଂ: ଚୀନର ବୈଜ୍ଞାନିକମାନେ ବିଶ୍ୱକୁ ଚକିତ କଲା ଭଳି ଆଉ ଏକ କାର୍ଯ୍ୟ କରିଛନ୍ତି । ସେମାନେ ବିଶ୍ୱର କ୍ଷୁଦ୍ରତମ ବ୍ରେନ ସେନ୍ସର ପ୍ରସ୍ତୁତ କରିଛନ୍ତି । ଯାହାକି ଏକ ସୋରିଷ ଠାରୁ ମଧ୍ୟ କ୍ଷୁଦ୍ର । ମସ୍ତିଷ୍କ ଆଘାତ ଓ କ୍ୟାନ୍ସରରେ ପୀଡିତ ରୋଗୀଙ୍କ ଉପଚାରରେ ଏହା ଉପକାରୀ ସାବ୍ୟସ୍ତ ହେବ । ୱାୟେରଲେସ ହାଇଡ୍ରୋଜେଲ ଆଧାରିତ ଏହି ସେନ୍ସର ବାୟୋଡିଗ୍ରେଡେବଲ ଅଟେ । ଅଲଟ୍ରାସାଉଣ୍ଡ ମାଧ୍ୟମରେ ତାପମାତ୍ରା, ପିଏଚ, ରକ୍ତ ପ୍ରବାହ ସବୁ କିଛି ଜାଣି ହେବ । ୨ କ୍ୟୁବିକ ମିଲିମିଟର ଆକାରରେ ଏହି ସେନ୍ସରକୁ ଅନୁଧ୍ୟାନ କରି ଡାକ୍ତର ରୋଗୀଙ୍କ ଉପଚାର କରିପାରିବେ ।

ମୂଷା ଓ ଘୁଷୁରୀ ଉପରେ ଏହାର ପରୀକ୍ଷଣ କରାଯାଇଥିଲା । ପ୍ରାୟ ୧ ମାସ ଧରି ମସ୍ତିଷ୍କରେ ଏହା ଠିକ ଭାବେ କାର୍ଯ୍ୟ କରିଥିଲା । ୪ ମାସ ପରେ ନଷ୍ଟ ହୋଇ ଯାଇଥିଲା । ମନୁଷ୍ୟ ଉପରେ ଏହାର ସମ୍ପୂର୍ଣ୍ଣ ପରୀକ୍ଷଣ ହେବା ପୂର୍ବରୁ ଆଉ କିଛି ପରୀକ୍ଷା ନିରୀକ୍ଷା କରାଯିବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

Leave A Reply

Your email address will not be published.