ନୂଆଦିଲ୍ଲୀ: ଚୀନର ଏକ ଚିଡ଼ିଆଖାନାର ଭିଡିଓ ବର୍ତ୍ତମାନ ସମୟରେ ଖୁବ ଭାଇରାଲ ହେବାରେ ଲାଗିଛି। କାରଣ ବି ଜାଣିଲେ ଆପଣ ତାଜୁବ ହୋଇଯିବେ। ଦେଶର ସିଚୁଆନ ଅଞ୍ଚଳରେ ଏକ ଚିଡ଼ିଆଖାନା ବାଘର ମୂତ୍ର ବିକ୍ରି କରୁଥିବାର ଖବର ସାମ୍ନାକୁ ଆସିଛି। କୁହାଯାଉଛି ଏହି ବାଘର ମୂତ୍ର ପିଇବା ଦ୍ୱାରା ଲୋକଙ୍କ ଅନେକ ରୋଗ ଭଲ ହେଉଛି। ଏମିତିକି କୁହାଯାଉଛି ଯେ ଯଦି ଆପଣ ଏହାକୁ ହ୍ୱାଇଟ ୱାନ ସହିତ ମିଶାଇ ପିଇନ୍ତି, ତେବେ ଏହା ଅଧିକ ପ୍ରଭାବଶାଳୀ ହୋଇଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଠାରେ ଥିବା ଲୋକମାନେ ଏକ ବୋତଲ ବାଘ ମୂତ୍ର ପାଇଁ ପ୍ରାୟ 600 ଟଙ୍କା ଦେଉଛନ୍ତି।
ସିଚୁଆନରେ ଥିବା ୟାନ ବେଫିଙ୍ଗକ୍ସିୟା ୱାଇଲ୍ଡଲାଇଫ ଚିଡ଼ିଆଖାନାର କହିବାକଥା ଯେ ବାଘ ମୂତ୍ରକୁ ହ୍ୱାଇଟ ୱାନ ସହିତ ମଶାଇ ପିଇଲେ ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ। ଏହି ଘଟଣା ସାମ୍ନାକୁ ଆସିବା ପରେ କିଛି ଲୋକ ସୋସିଆଲ ମିଡିଆରେ ଅନେଇ ସୂଚନା ଦେଇଛନ୍ତି। ଭାଇରାଲ ହେଉଥିବା ଭିଡିଓରେ କୁହାଯାଉଛି ଯେ ବାଘ ମୂତ୍ର 250 ଗ୍ରାମର ଗୋଟିଏ ବତଲ ବିକ୍ରି କରାଯାଉଛି। ଆଉ ଯାହାର ଦାମ ରହିଛି 600 ଟଙ୍କା।
ରିପୋର୍ଟ ଅନୁସାରେ, ବୋତଲରେ ସ୍ପଷ୍ଟ ଭାବରେ ଲେଖା ହୋଇଛି ଯେ ଏହା ଆର୍ଥ୍ରାଇଟିସ୍, ସ୍ପ୍ରେନ୍ ଏବଂ ମାଂସପେଶୀ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ଏହାକୁ କିପରି ବ୍ୟବହାର କରାଯିବ ସେନେଇ ମଧ୍ୟ ବର୍ଣ୍ଣନା କରାଯାଇଛି। ଏଥିରେ ଲେଖାଯାଇଛି ଯେ ବାଘ ମୂତ୍ରକୁ ହ୍ୱାଇଟ ୱାଇନ ସହ ଅଦା ମିଶାଇ ଖାଇବା ଉଚିତ୍ । ଫଳରେ ଏହା ସ୍ୱାସ୍ଥ୍ୟ ପାଇଁ ଖବୁ ଲାଭଦାୟକ ହେବ।
BREAKING NEWS
- India attends UK meet: ହୋର୍ମୁଜ୍ ପାଇଁ ୬୦ରୁ ଅଧିକ ଦେଶ ହେଲେ ଏକତ୍ରିତ:ଭାରତ କହିଲା – ଆମେ ନାବିକମାନଙ୍କୁ ହରାଇଛୁ, ଉତ୍ତେଜନା ହ୍ରାସ ପାଇଁ…
- Organ Donation: ପ୍ରାଣ ହରେଇବା ପରେ ବି ଅମର ହେଲେ ଚାଷୀ;ପ୍ରଶାସନ ପକ୍ଷରୁ ‘ଗାର୍ଡ ଅଫ ଅନର’ ପ୍ରଦାନ…
- କୋହଲିଙ୍କ ପରେ ରୋହିତଙ୍କୁ ପଛରେ ପକାଇଲେ ପାକିସ୍ତାନର ଏହି ବ୍ୟାଟ୍ସମ୍ୟାନ
- ଧମାକା କଲା ‘ରାମାୟଣ’ର ଟିଜର; ଭାବପ୍ରବଣ ହେଲେ ନିର୍ଦ୍ଦେଶକ କହିଲେ, ୭ ବର୍ଷର କଠିନ ପରିଶ୍ରମ…
- ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାଜ୍ୟରେ ସକାଳୁଆ ସ୍କୁଲ ନିର୍ଦ୍ଦେଶ…
- ଆଇପିଏଲ: ୟେଶାଙ୍କୁ ଡେଟ କରୁଛନ୍ତି କି ସମୀର
- Unprecedented action: ରାଜନାଥ ସିଂହଙ୍କ ପାକିସ୍ତାନକୁ କଡା ଚେତାବନୀ; ‘ଅପରେସନ ସିନ୍ଦୂର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ,ଦୁଃସାହସ କଲେ…’
- Ganja Seized: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ ଫେରାର
- ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଖୁସୀ ଖବର, ନେଟ୍ସକୁ ଫେରିଲେ କ୍ୟାପଟେନ କୁଲ
- ୧୫ ବର୍ଷ ପରେ ଆରମ୍ଭ ହେଲା ଜନଗଣନା, ପ୍ରଥମ ଦିନରେ ୧୭ ହଜାର ଲୋକ କରିଛନ୍ତି ନଜିର ଜନ ଗଣନା
Comments are closed.