ନୂଆଦିଲ୍ଲୀ: ଚୀନର ଏକ ଚିଡ଼ିଆଖାନାର ଭିଡିଓ ବର୍ତ୍ତମାନ ସମୟରେ ଖୁବ ଭାଇରାଲ ହେବାରେ ଲାଗିଛି। କାରଣ ବି ଜାଣିଲେ ଆପଣ ତାଜୁବ ହୋଇଯିବେ। ଦେଶର ସିଚୁଆନ ଅଞ୍ଚଳରେ ଏକ ଚିଡ଼ିଆଖାନା ବାଘର ମୂତ୍ର ବିକ୍ରି କରୁଥିବାର ଖବର ସାମ୍ନାକୁ ଆସିଛି। କୁହାଯାଉଛି ଏହି ବାଘର ମୂତ୍ର ପିଇବା ଦ୍ୱାରା ଲୋକଙ୍କ ଅନେକ ରୋଗ ଭଲ ହେଉଛି। ଏମିତିକି କୁହାଯାଉଛି ଯେ ଯଦି ଆପଣ ଏହାକୁ ହ୍ୱାଇଟ ୱାନ ସହିତ ମିଶାଇ ପିଇନ୍ତି, ତେବେ ଏହା ଅଧିକ ପ୍ରଭାବଶାଳୀ ହୋଇଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଠାରେ ଥିବା ଲୋକମାନେ ଏକ ବୋତଲ ବାଘ ମୂତ୍ର ପାଇଁ ପ୍ରାୟ 600 ଟଙ୍କା ଦେଉଛନ୍ତି।
ସିଚୁଆନରେ ଥିବା ୟାନ ବେଫିଙ୍ଗକ୍ସିୟା ୱାଇଲ୍ଡଲାଇଫ ଚିଡ଼ିଆଖାନାର କହିବାକଥା ଯେ ବାଘ ମୂତ୍ରକୁ ହ୍ୱାଇଟ ୱାନ ସହିତ ମଶାଇ ପିଇଲେ ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ। ଏହି ଘଟଣା ସାମ୍ନାକୁ ଆସିବା ପରେ କିଛି ଲୋକ ସୋସିଆଲ ମିଡିଆରେ ଅନେଇ ସୂଚନା ଦେଇଛନ୍ତି। ଭାଇରାଲ ହେଉଥିବା ଭିଡିଓରେ କୁହାଯାଉଛି ଯେ ବାଘ ମୂତ୍ର 250 ଗ୍ରାମର ଗୋଟିଏ ବତଲ ବିକ୍ରି କରାଯାଉଛି। ଆଉ ଯାହାର ଦାମ ରହିଛି 600 ଟଙ୍କା।
ରିପୋର୍ଟ ଅନୁସାରେ, ବୋତଲରେ ସ୍ପଷ୍ଟ ଭାବରେ ଲେଖା ହୋଇଛି ଯେ ଏହା ଆର୍ଥ୍ରାଇଟିସ୍, ସ୍ପ୍ରେନ୍ ଏବଂ ମାଂସପେଶୀ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ଏହାକୁ କିପରି ବ୍ୟବହାର କରାଯିବ ସେନେଇ ମଧ୍ୟ ବର୍ଣ୍ଣନା କରାଯାଇଛି। ଏଥିରେ ଲେଖାଯାଇଛି ଯେ ବାଘ ମୂତ୍ରକୁ ହ୍ୱାଇଟ ୱାଇନ ସହ ଅଦା ମିଶାଇ ଖାଇବା ଉଚିତ୍ । ଫଳରେ ଏହା ସ୍ୱାସ୍ଥ୍ୟ ପାଇଁ ଖବୁ ଲାଭଦାୟକ ହେବ।
BREAKING NEWS
- ସିବିଆଇ ଅଫିସରେ ଥାଲାପତି ବିଜୟ…
- ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପଡ଼ିବ ଭିତ୍ତିପ୍ରସ୍ତର
- ଭାରତ-ବାଂଲାଦେଶ ବିବାଦରେ ପାକିସ୍ତାନର ଏଂଟ୍ରି
- Vande Mataram: ସମସ୍ତ ଶିକ୍ଷାନୁଷ୍ଠାନରେ ସାମୂହିକ ବନ୍ଦେ ମାତରମ୍ ଗାନ କଲେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ
- ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ବାକିତକ ମ୍ୟାଚରୁ ଓହରିଲେ ୱାଶିଂଟନ ସୁନ୍ଦର
- ସଫଳ ହେବ କି PSLV ମିଶନ ? ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା ରକେଟ୍
- ଇରାନ ଉତ୍ତେଜନା: ୫୩୮ଜଣଙ୍କ ମୃତ୍ୟୁ, ୧୦ ହଜାରରୁ ଊର୍ଦ୍ଧ୍ୱ ଗିରଫ
- Golden Globe Awards 2026: ଓୱେନ୍ କୁପର୍ଙ୍କୁ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର
- ସୋଲାନରେ ଅଗ୍ନିକାଣ୍ଡ: ଶିଶୁ ମୃତ, ୯ ଆହତ
- ‘ମୁଁ ହେଇଥିଲେ, ଇରାନୀ ନେତାଙ୍କୁ ହତ୍ୟା କରିଥାନ୍ତି,’ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଖାମେନେଇଙ୍କୁ ଦେଲେ ଆଶ୍ଚର୍ଯ୍ୟଜନକ ଧମକ…
Comments are closed.