ଭୁବନେଶ୍ୱର : ମାତୃଭାଷା ଦିବସ ଅବସରରେ କବି ଶଙ୍କର୍ଷଣ ପରିଡ଼ାଙ୍କ ସଭାପତିତ୍ୱରେ ମାତୃଭାଷା ଦିବସ ଚିନ୍ତନଚକ୍ର ସ୍ଥାନୀୟ ଜୟଭାରତ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି।
ଭାଷା ହେଉଛି କୌଣସି ଜାତିର ପ୍ରାଣ ସ୍ପନ୍ଦନ ଏବଂ ତାର ସକଳ ଜୀବନଶକ୍ତି।ମାତୃଭାଷା ଶାସନର ଭାଷା ନହେଲେ ବିକାଶ ବାଧାପ୍ରାପ୍ତ ହୁଏ ବୋଲି ମତ ପ୍ରକାଶ ପାଇଥିଲା। ଯେଉଁ ଭାଷା ସାହିତ୍ୟ ଓଡ଼ିଆ ଜାତିର ଏକତାର ପରିଚୟ ସେହି ଭାଷା ସାହିତ୍ୟ ଓ ଭୂମିର ଉତ୍ତରାଧିକାରୀ ମାନେ ସାମ୍ପ୍ରତିକ ସମୟ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଆଗେଇ ଆସିବା ପାଇଁ
ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।
ଏହି ଅବସରରେ ସମାରୋହରେ ହରପ୍ରସାଦ ଦାସ , ଦେବୀ ପ୍ରସନ୍ନ ପଟ୍ଟନାୟକ, ନୀଳାଦ୍ରିଭୂଷଣ ହରିଚନ୍ଦନ, ଅନୀଲ ଧୀର , ପ୍ରଦୀପ ବିଶ୍ୱାଳ , ଅଜିତ ଦାଶ , ଏବଂ ଧରଣୀଧର ନାୟକ ପ୍ରମୁଖ ଯୋଗ ଦେଇଥିଲେ।
Comments are closed.