Latest Odisha News

BREAKING NEWS

କ୍ଷୀରୋଦ ସାହୁ ଶାମ୍ଭବୀ ପୁରସ୍କାର ୨୦୨୧ର ବିଜେତା

ଭୁବନେଶ୍ୱର: ଅଷ୍ଟମ ଶାମ୍ଭବୀ ପୁରସ୍କାର ପୁରସ୍କାର ବିଜେତା ସ୍ଥିର ହୋଇଛନ୍ତି । ଗୁରୁବାର ୫ ଜଣିଆ ବିଚାରକ ପ୍ୟାନେଲ ଅଷ୍ଟମ ଶାମ୍ଭବୀ ପୁରସ୍କାର ବିଜେତା ସ୍ଥିର କରିଛନ୍ତି ।

ଅନୁଗୁଳ ଜିଲ୍ଲା ତାଳଚେରର କ୍ଷୀରୋଦ ସାହୁଙ୍କୁ ଅଷ୍ଟମ ଶାମ୍ଭବୀ ପୁରସ୍କାର ବିଜେତା ଘୋଷଣା କରାଯାଇଛି । ବଂଶୀଧର ପଣ୍ଡା ଓ ଇଲା ଫାଉଣ୍ଡେସନ୍ (ଇମ୍ଫା ଗ୍ରୁପର ସିଏସ୍ଆର୍ ଶାଖା) ଦ୍ୱାରା ଉଦୀୟମାନ ସମାଜପ୍ରବର୍ତ୍ତକମାନଙ୍କୁ ସ୍ୱୀକୃତି ପ୍ରଦାନ ଓ ଏତଦଦ୍ୱାରା ଅଧିକରୁ ଅଧିକ ନାଗରିକଙ୍କୁ ପରିବର୍ତ୍ତନର ପ୍ରତିନିଧି ଭାବେ କାର୍ଯ୍ୟ କରିବା ଦିଗରେ ଅନୁପ୍ରାଣିତ କରିବା ପାଇଁ ୨୦୧୪ରେ ଶାମ୍ଭବୀ ପୁରସ୍କାର ଆରମ୍ଭ ହୋଇଥିଲା।

ଶିକ୍ଷା ଓ ନୈତିକ ଶିକ୍ଷା ସହାୟତା କ୍ଷେତ୍ରରେ କ୍ଷୀରୋଦ ସାହୁଙ୍କ ତାଙ୍କର ପ୍ରଶଂସନୀୟ ସାମାଜିକ ସେବା ପାଇଁ ମାନ୍ୟତା ପାଇଛନ୍ତି । ତାଙ୍କର ସମ୍ପୂର୍ଣ୍ଣ ଧଳା ଡ୍ରେସ୍ କୋଡ୍, ମୋଟର ସାଇକେଲ୍ ନିମନ୍ତେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା । ଆବଶ୍ୟକ ସମୟରେ ସେ ଲୋକମାନଙ୍କ ନିକଟରେ ସର୍ବଦା ଉପସ୍ଥିତ ରହିଥାନ୍ତି । ଯେଉଁଥିପାଇଁ ସେ ସ୍ଥାନୀୟ ଅଞ୍ଚଳର ଲୋକ ମାନଙ୍କର ହୃଦୟ ଜିତି ପାରିଛନ୍ତି ।

ଶାମ୍ଭବୀ ପୁରସ୍କାର କମିଟି ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱରର ନିବେଦିତା ଲେଙ୍କାଙ୍କ ନାମକୁ ମଧ୍ୟ ଜୁରୀ କମେଣ୍ଡେସନ୍ ୨୦୨୧ ପୁରସ୍କାର ନିମନ୍ତେ ଘୋଷଣା କରିଛନ୍ତି । ‘ଯଶୋଦା ମା’ ଭାବରେ ଜଣାଶୁଣା, ନିବେଦିତା ତାଙ୍କ ଜୀବନର ୧୫ ବର୍ଷ ସାମାଜିକ ଅବହେଳିତ ପିଲାମାନଙ୍କର ଉଚ୍ଚଶିକ୍ଷା ଏବଂ ଜୀବିକା ନିମନ୍ତେ ଉତ୍ସର୍ଗ କରିଛନ୍ତି।

ଶାମ୍ଭବୀ ପୁରସ୍କାରରେ ଏକ ମାନପତ୍ର ସହିତ ନଗଦ ୨ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଜୁରୀ କମେଣ୍ଡେସନ୍ ପୁରସ୍କାରରେ ଏକ ମାନପତ୍ର ସହିତ ୫୦ ହଜାର ଟଙ୍କା ପ୍ରଦାନ କରାଯାଏ । ୨୦୧୧ ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବାକୁ ଥିବା ପୁରସ୍କାର ବିତରଣ ଉତ୍ସବରେ ବିଜେତାଙ୍କୁ ସମ୍ମାନିତ କରାଯିବ।

 

Leave A Reply

Your email address will not be published.