Latest Odisha News

ଏଲଜେପିର ଏକମାତ୍ର ଏମଏଲସି ବିଜେପିରେ ମିଶିଲେ

ପାଟନା: ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଚିରାଗ ପାସୱାନଙ୍କୁ ସୋମବାର ଶକ୍ତ ଧକ୍କା ଲାଗିଛି । ଦଳର ଏକମାତ୍ର ଏମଏଲସି ନୂତନ ସିଂ ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ପ୍ରଦେଶ ଅଧ୍ୟକ୍ଷ ସଞ୍ଜୟ ଜୟସୱାଲ ଓ ବିହାର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀ ନୀରଜ ସିଂ ବବଲୁଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଥିଲେ ।

ରାମବିଲାସ ପାସୱାନଙ୍କ ପରଲୋକ ପରେ ଏଲଜିପିରେ ଅଶାନ୍ତି କୁହୁଳିବାରେ ଲାଗିଛି । କିଛି ଦିନ ତଳେ ବିଜେପି ଛାଡି ଏଲଜେପିରେ ମିଶିଥିବା ରାମେଶ୍ୱର ଚୌରାସିଆ ମଧ୍ୟ ଇସ୍ତଫା ଦେଇଥିଲେ । ଚିରାଗ ପାସୱାନ ପାର୍ଟି ସଂଗଠନରେ ଅଦଳବଦଳ କରୁଥିବାରୁ ଅନେକ ତାଙ୍କ ଉପରେ ଅସନ୍ତୁଷ୍ଟ ହୋଇ ପଡିଛନ୍ତି ।

Leave A Reply

Your email address will not be published.