Latest Odisha News

BREAKING NEWS

ରାଜଧାନୀର ଲେଡି ଡନ ବସିରନ୍, ରହିଛି ୧୧୩ ଅପରାଧିକ ମାମଲା

ନୂଆଦିଲ୍ଲୀ:  ଦେଶରେ ଏମିତି ଜଣେ କୁଖ୍ୟାତ ମମି ଲେଡି ଡନ ଅଛନ୍ତି ଯାହାର ବୟସ ବର୍ତ୍ତମାନ ୬୫ ବର୍ଷ । ବୃଦ୍ଧାବସ୍ଥାରେ ବି ତାଙ୍କର ଦବଦବା ରହିଛି । ଏହି ଲେଡି ଡନଙ୍କ ଘର ରାଜଧାନୀ ଦିଲ୍ଲୀରେ । 

କମ୍ ବୟସରେ ତାଙ୍କର ବାହାଘର ହୋଇଥିଲା। ବାହାଘର ପରେ ସ୍ୱାମୀ ସହ ଆଗ୍ରାରୁ ଦିଲ୍ଲୀକୁ ପଳେଇ ଆସିଥିଲେ । ସେତେବେଳେ ତାଙ୍କ ପାଖରେ ରୋଜଗାରର କିଛି ପନ୍ଥା ନଥିଲ । ରୋଜଗାରର କୌଣସି ଜରିଆ ନଥିଲା ଓ ଭୋକରେ ସେ ଡହଳ ବିକଳ ହେଉଥିଲେ । ସେ ରହୁଥିବା ଅଞ୍ଚଳରେ ମଦ କଳାବଜାରୀ ହେଉଥିଲା । ପୋଲିସ ବାବୁ ବି ସେଠାରେ ମଦ ମାଫିଆଙ୍କ ସହ ନଜର ଆସୁଥିଲେ । ଏସବୁ ଦେଖି ସେ ରାତାରାତି ମଦ ମାଫିଆ ହୋଇଗଲେ । 

ଅନେକ ମଦ ମାଫିଆ ବସିରନଙ୍କ ଅଡ୍ଡାକୁ ସଲାମ କରିବାକୁ ଆସୁଥିଲେ । ଧୀରେ ଧୀରେ ପୋଲିସ ବାବୁ ବି ତାଙ୍କ ଅଡ୍ଡାକୁ ଆସିବାକୁ ଲାଗିଲେ । ଦୁଇ ତିନି ବର୍ଷରେ ଗୋବିନ୍ଦପୁରୀ ଅଞ୍ଚଳରେ ବସିରନ ବଡ ମଦ ମାଫିଆ ହୋଇଗଲେ । ଅପରାଧିକ ପ୍ରବୃତିର ଲୋକେ ବସିରନଙ୍କୁ ମମି ବା ଗୁଣ୍ଡାଙ୍କ ଗଡ୍ ମଦର୍ କହିଲେ । ବସିରନ ଧୀରେ ଧୀରେ ସେହି ଅଞ୍ଚଳର ଲେଡି ଡନ ହୋଇଗଲେ ।

ଦିଲ୍ଲୀ, ଉତ୍ତର ପ୍ରଦେଶର କୁଖ୍ୟାତ ଗୁଣ୍ଡା ବି ତାଙ୍କ ଶରଣ ନେଲେ । ବସିରନଙ୍କ ୮ଟି ପୁଅ । ପୁଅମାନେ ବି ଗୁଣ୍ଡା ବଦମାସଙ୍କ ସହ ଖେଳିଲେ, ବଢିଲେ । ପିଲାମାନେ ବି ଅପରାଧ ଦୁନିଆର ସବୁ ଶିକ୍ଷା ଗ୍ରହଣ କଲେ । ତାଙ୍କୁ ଆଉ ବାହାର ଗୁଣ୍ଡାଙ୍କ ଆବଶ୍ୟକ ପଡ଼ିଲାନି । ନିଜର ୮ ପୁଅଙ୍କ ଗୁଣ୍ଡା ଗ୍ୟାଙ୍ଗ ଛିଡା କଲେ ବସିରନ । ମା’ ଗ୍ୟାଙ୍ଗ ଲିଡର ଓ ପିଲାମାନେ ଗ୍ୟାଙ୍ଗଷ୍ଟର ।

ଦିଲ୍ଲୀ ପୋଲିସ ଅନୁଯାୟୀ, ୨୦୧୮ରେ ଯେତେବେଳେ ବସିରନକୁ ଗିରଫ କରାଯାଇଥିଲା ସେତେବେଳେ ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ୧୧୩ ଅପରାଧିକ ମାମଲା ଥିଲା । ୨୦୧୭ରେ ଏକ ହତ୍ୟା ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ବସିରନ ଫେରାର ହୋଇ ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ରହିଥିଲେ। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବସିରନକୁ ଗିରଫ କରିଥିଲା ।

Leave A Reply

Your email address will not be published.