Latest Odisha News

ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପ: ଇତିହାସ ରଚିଲେ ସାତ୍ୱିକ-ଚିରାଗ ଯୋଡି

ଟୋକିଓ: ଭାରତୀୟ ପୁରୁଷ ଡବଲ୍ସ ଯୋଡି ସାତ୍ୱିକ ସାଇରାଜ ରେଡୀ ଓ ଚିରାଗ ଶେଟ୍ଟୀ ଚଳିତ ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପରେ ଇତିହାସ ରଚିଛନ୍ତି । ପ୍ରଥମ ଭାରତୀୟ ଯୋଡି ଭାବେ ସେମାନେ ଏହି ଟୁର୍ଣ୍ଣାମେଂଟରେ ପଦକ ନିଶ୍ଚିତ କରିଛନ୍ତି । ଏହା ପୂର୍ବରୁ ପୁରୁଷ ଡବଲ୍ସରେ ଭାରତ ପକ୍ଷରୁ କେହି ପଦକ ଜିତି ନ ଥିଲେ । କ୍ୱାର୍ଟର ଫାଇନାଲରେ ଏହି ଯୋଡି ଜାପାନର ଟାକୁରା ହୋକି ଓ ୟୁଗୋ କୋବାୟାଶିଙ୍କୁ ୨୪-୨୨, ୧୫-୨୧, ୨୧-୧୪ରେ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି । ପ୍ରଥମ ସେଟ ଜିତିବା ପରେ ଟପ ସିଡ ଜାପାନ ଯୋଡି ମ୍ୟାଚକୁ ପ୍ରତ୍ୟାବର୍ତନ କରିଥିଲେ । ୧-୧ ରୋମାଂଚକ ସ୍ଥିତିରେ ଏହି ମୁକାବିଲା ଥିବା ବେଳେ ନିର୍ଣ୍ଣାୟକ ସେଟରେ ବାଜି ମାରିଥିଲେ ସାତ୍ୱିକ-ଚିରାଗ । ଏହି ଯୋଡି ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

ବିଶ୍ୱ ଚାମ୍ପିୟନଶିପରେ ପୂର୍ବରୁ ମହିଳା ଡବଲ୍ସରେ ଜ୍ୱାଲା ଗୁଟ୍ଟା ଓ ଅଶ୍ୱୀନ ପୋନ୍ନାପା ୨୦୧୧ରେ ଭାରତ ପାଇଁ ପଦକ ଜିତିଥିଲେ । ବିଶ୍ୱ ଚାମ୍ପିୟନଶିପରେ ଓଭରାଲ ଭାରତର ଏହା ୧୩ତମ ପଦକ । ପିଭି ସିନ୍ଧୁ ସର୍ବାଧିକ ୧ସ୍ୱର୍ଣ୍ଣ ସମେତ ୫ ପଦକ ଭାରତ ପାଇଁ ଜିତିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସାଇନା ନେହ୍ୱାଲ (୨),କିଦାମ୍ବି ଶ୍ରୀକାନ୍ତ(୧), ଲକ୍ଷ୍ୟ ସେନ(୧), ବି.ସାଇ ପ୍ରଣୀଥ(୧) ଓ ପ୍ରକାଶ ପାଦୁକୋନ ଗୋଟିଏ ପଦକ ଜିତିଛନ୍ତି ।

Leave A Reply

Your email address will not be published.