Latest Odisha News

BREAKING NEWS

ଆଜି ଅର୍ନ୍ତଜାତୀୟ ଶ୍ୱାନ ଦିବସ; ଜାଣନ୍ତୁ ବଲିଉଡ଼ କଳାକାରଙ୍କୁ କେଉଁ ପ୍ରଜାତି ପସନ୍ଦ

ଭୁବନେଶ୍ୱର: ଆଜି ଅର୍ନ୍ତଜାତୀୟ ଶ୍ୱାନ ଦିବସ । ବିଶ୍ୱରେ ଜୀବିତ ଥିବା ସମସ୍ତ ପ୍ରଜାତିର କୁକୁରଙ୍କ ବଂଶ ସଂରକ୍ଷଣ ପାଇଁ ଏହି ଦିବସ ପାଳିତ ହୋଇଥାଏ । ମିଶ୍ରିତ ଏବଂ ମୂଳ ପ୍ରଜାତିର କୁକୁର ମାନଙ୍କ ବିଷୟରେ ଅଧିକ ଗବେଷଣା, ଆଲୋଚନା ଏବଂ ସେମାନଙ୍କ ବଂଶ ବୃଦ୍ଧି ସକାଶେ ଏହି ଦିବସର ଉଦ୍ଦେଶ୍ୟ ।

ବିଦେଶରେ ଏହି ବିଶ୍ୱସନୀୟ ଜୀବର ବିଶ୍ୱସନୀୟତାକୁ ପୂଜା କରାଯାଏ । ମଣିଷ ଜୀବନର ଖୁସିରେ ସେମାନଙ୍କ ଅବଦାନ, ସୁରକ୍ଷିତ ରଖିବାରେ ଏବଂ ଅତି ଗୁରୁତ୍ୱପୂର୍ଣ୍ଣ ଭାବେ ପରିବେଶ ସନ୍ତୁଳନ ରକ୍ଷା କରିବାରେ ସେମାନଙ୍କ ଭୂମିକାକୁ ମନେ ରଖିବାକୁ ଏହି ଦିନର ବିଶେଷତ୍ୱ ।

ତେବେ ଆଜି ଜାଣିବା ବଲିଉଡ଼ କଳାକାରଙ୍କ କିଛି ପୋଷା ପ୍ରଜାତି ବିଷୟରେ-

ସଲମାନ ଖାନଙ୍କ ନିକଟରେ ୬ଟି ପ୍ରଜାତିର କୁକୁର ଅଛନ୍ତି । ସେଗୁଡ଼ିକ ହେଉଛି- ଲାବ୍ରାଡୋର, ରିଟ୍ରିଭର, ସେଣ୍ଟ ବର୍ଣ୍ଣାଡ, ନିପୋଲିଟାନ ମସ୍ତିଫ, ଫ୍ରେଞ୍ଚ ମସ୍ତିଫ । ସେମାନଙ୍କ ନାଁ କ୍ରମାନ୍ୱୟରେ ହେଉଛି- ମାଇସନ, ମାଇଜାନ୍, ମୋଗଲୀ, ସେଣ୍ଟ, ମାଇ ଲଭ୍, ବୀର ।

 

View this post on Instagram

 

A post shared by Salman Khan (@beingsalmankhan)

ପ୍ରିୟଙ୍କା ଚୋପ୍ରାଙ୍କ ନିକଟରେ ଅଛି କ୍ରକର ସ୍ପେନିଏଲ । ତା ନାଁ ହେଉଛି ଡାଏନା ।

 

View this post on Instagram

 

A post shared by Priyanka (@priyankachopra)

ହ୍ରିତିକ ରୋଶନ୍ ଙ୍କ ନିକଟରେ ଗୋଲ୍ଡେନ ରିଟ୍ରିଭର ବ୍ରିଡ୍ ଅଛି, ଯାହାର ନାଁ ଜେନ୍ ।

 

View this post on Instagram

 

A post shared by Hrithik Roshan (@hrithikroshan)

ସୋନାକ୍ଷୀ ନିକଟରେ ଅଛି ପଗ୍ ବ୍ରିଡ ଏବଂ ତାର ନାଁ ନାନ୍ସି ।

 

View this post on Instagram

 

A post shared by Sonakshi Sinha (@aslisona)

ଅନୁଷ୍କାଙ୍କ ପାଖରେ ଡୁଡ୍ ନାମକ ଏକ ଲାବ୍ରାଡର ଅଛି ।

 

View this post on Instagram

 

A post shared by AnushkaSharma1588 (@anushkasharma)

ଅଭିନେତ୍ରୀ ୟାମି ଗୌତମଙ୍କ ନିକଟରେ ପୋଲୋ ନାମରେ ଏକ ମେଲ୍ ଲାବ୍ରାଡର ଅଛି ।

 

View this post on Instagram

 

A post shared by Yami Gautam Dhar (@yamigautam)

ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ପାଖରେ ଓସ୍କାର ନାମକ ବୁଲ୍ ମସ୍ତିଫ ବ୍ରିଡ୍ ଅଛି ।

 

View this post on Instagram

 

A post shared by Sidharth Malhotra (@sidmalhotra)

ଅଭିନେତା ଜନ ଆବ୍ରାହମ ବେଲି ନାମକ ଏକ ଡେକସଣ୍ଡକୁ ପୋଷା କରିଛନ୍ତି ।

 

View this post on Instagram

 

A post shared by John Abraham (@thejohnabraham)

ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ପାଖରେ ବ୍ରାଉନ ରଙ୍ଗର ପମେରିଆନ ଅଛି, ତାର ନାଁ କଡଲସ୍ ।

Leave A Reply

Your email address will not be published.