Latest Odisha News

ସିନେମା କର୍ମଚାରୀ ଏବଂ ସାମ୍ବାଦିକଙ୍କୁ ମିଳିବ ମାଗଣା କରୋନା ଟିକା

ନୂଆଦିଲ୍ଲୀ: ତେଲୁଗୁ ମେଗାଷ୍ଟାର ଚିରଞ୍ଜୀବୀଙ୍କ ନେତୃତ୍ୱାଧୀନ କରୋନା କ୍ରାଇସିସ୍ ଚ୍ୟାରିଟି (ସିସିସି) ଆପୋଲୋ ୨୪୭ ସହ ମିଳିତ ଭାବେ ସିନେମା କର୍ମଚାରୀଙ୍କୁ ମାଗଣା କୋଭିଡ-୧୯ ଟିକାକରଣ ଯୋଗାଇବ ବୋଲି ଘୋଷଣା କରିଛି। ତେଲୁଗୁ ଚଳଚ୍ଚିତ୍ର ଶିଳ୍ପ କର୍ମୀଙ୍କୁ ସାହାଯ୍ୟ କରିବା ପାଇଁ ଗତ ବର୍ଷ ଚିରଞ୍ଜୀବୀଙ୍କ ଦ୍ବାରା କରୋନା କ୍ରାଇସିସ୍‌ ଚାରିଟି ଆରମ୍ଭ ହୋଇଥିଲା।

ଏପ୍ରିଲ୍ ୨୦ରେ, ମେଗାଷ୍ଟାର ଚିରଞ୍ଜୀବୀ ଟ୍ୱିଟରରେ ସିନେମା କର୍ମଚାରୀ ଏବଂ ତେଲୁଗୁ ଚଳଚ୍ଚିତ୍ର ସାମ୍ବାଦିକମାନଙ୍କୁ ମାଗଣା କୋଭିଡ-୧୯ ଟିକାକରଣ ଯୋଗାଇ ଦେବାକୁ ଘୋଷଣା କରିଥିଲେ।

ଏକ ଭିଡିଓ ବାର୍ତ୍ତାରେ ଚିରଞ୍ଜୀବୀ ସୂଚନା ଦେଇଛନ୍ତି ଯେ ମାଗଣା ଟିକା ଅଭିଯାନ ଗୁରୁବାର (ଏପ୍ରିଲ୍ ୨୨) ରୁ ଆରମ୍ଭ ହେବ ଏବଂ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଟିକାକରଣ ପାଇଁ ଯୋଗ୍ୟ ହେବେ। ଏଥିସହ ସେ କହିଛନ୍ତି ଯେ ଟିକା ପାଇବା ପାଇଁ ଯୋଗ୍ୟ ଶ୍ରମିକମାନେ ନିଜ ପତି-ପତ୍ନୀଙ୍କୁ ମଧ୍ୟ ଆଣିପାରିବେ।

ଏହି ଟିକା ଅଭିଯାନ ଏକ ମାସ ପର୍ଯ୍ୟନ୍ତ ଚାଲିବ ବୋଲି କହିଛନ୍ତି ଚିରଞ୍ଜୀବୀ।

Comments are closed.