Latest Odisha News

କୋଭିଡ୍ ପରିଚାଳନାକୁ ନେଇ ମୋଦି ସରକାରଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ଶିଖରରେ ରହିଥିବା ବେଳେ ଆକ୍ରାନ୍ତଙ୍କୁ ମେଡିକାଲରେ ବେଡ୍ ମିଳୁନି, ଅକ୍ସିଜେନ୍ ଅବାଭ ଦେଖା ଦେଇଛି । ଅନ୍ୟପଟେ ବିଜେପି ପ୍ରଚାରରେ ମାତିଛି । ଏବେର ସମୟ ଜନତାଙ୍କ ଦୁଃଖ ଶୁଣିବାର, ପ୍ରଚାରର ନୁହେଁ ବୋଲି କହି କେନ୍ଦ୍ରର ମୋଦି ସରକାରଙ୍କୁ ଜୋଦଦାର ଆକ୍ରମଣ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ।

ପ୍ରାୟ ସ୍ଥାନରେ ଲୋକ କାନ୍ଦୁଛନ୍ତି, ସରକାର ନିର୍ବାଚନ ପ୍ରଚାରରେ ଯାଇ ହସୁଛନ୍ତି ବୋଲି କହିଛନ୍ତି ପ୍ରିୟଙ୍କା ଗାନ୍ଧୀ । ଲୋକଙ୍କ ସାହାଯ୍ୟ ପାଇଁ ଚିତ୍କାର କରୁଥିବା ବେଳେ, ଆପଣ ବଡ଼ ବଡ଼ ରାଲି କରି ହସୁଛନ୍ତି । କେମିତି ହସି ପାରୁଛନ୍ତି ? ବୁଝା ପଡ଼ୁନି ଏ ସରକାର କଣ କରୁଛି ? ଶ୍ମଶାନ ଘାଟରେ ଶବର ଭିଡ଼ ଲାଗିଛି, ଲୋକ ଟୋକନ ଧରି ଘଣ୍ଟା ଘଣ୍ଟା ସଂସ୍କାର ପାଇଁ ଲାଇନ୍ ଲଗାଉଛନ୍ତି । ଏଭଳି ସ୍ଥିତିରେ ଆମେ ଭାବୁଛୁ କଣ କରି ହେବ । ସରକାରଙ୍କୁ ଯାହା କରିବା କଥା କରୁନାହାଁନ୍ତି ବୋଲି କହିଛନ୍ତି ପ୍ରିୟଙ୍କା ଗାନ୍ଧୀ ।

ସେ କହିଛନ୍ତି- କରୋନାର ପ୍ରଥମ ପ୍ରବାହ ଓ ଦ୍ୱିତୀୟ ପ୍ରବାହ ମଧ୍ୟରେ ଆମ ପାଖରେ କିଛି ମାସ ସମୟ ଥିଲା । ଏହି ସଂକଟରୁ ମୁକ୍ତି ପାଇବା ଲାଗି ଆମେ ପୂର୍ବରୁ ପ୍ରସ୍ତୁତ ହୋଇପାରି ଥାନ୍ତେ । ଆମ ଦେଶ ଅକ୍ସିଜେନର ସବୁଠୁ ବଡ଼ ଉତ୍ପାଦନକାରୀ । ତଥାପି ଅକ୍ସିଜେନ୍ ଅଭାବ ପଡ଼ୁଛି । କାରଣ ପରିବହନ ସୁବିଧା କରାଯାଇନାହିଁ । ସରକାରଙ୍କ ପାଖରେ ୮ରୁ ୯ ମାସ ଥିଲା । ସର୍ଭେରୁ ଜଣାପଡ଼ୁଥିଲା କରୋନାର ଦ୍ୱିତୀୟ ଲହର ଆସିବ । ସରକାର ତାହାକୁ ଅଣଦେଖା କରିଥିଲେ । ଆଜି ଅକ୍ସିଜେନ୍ ପରିବହନ ଲାଗି ଦେଶରେ ମାତ୍ର ୨ ହଜାର ଟ୍ରକ୍ ରହିଛି । ଅର୍ଥାତ୍ ଦେଶରେ ଅକ୍ସଜେନ୍ ଥାଇ ଆକ୍ରାନ୍ତଙ୍କ ପାଖରେ ପହଞ୍ଚି ପାରୁନାହିଁ ।

ଏଥିସହ ରେମଡେସିବିର ଚାହିଦାକୁ ନେଇ ସରକାରଙ୍କୁ ଘେରିଛନ୍ତି ପ୍ରିୟଙ୍କା । ଗତ ୬ ମାସରେ ସରକାର ୧.୧ ମିଲିୟନ୍ ରେମଡେସିବିର ରପ୍ତାନୀ କରି ଦେଇଥିବା ବେଳେ ଆଜି ଆମ ପାଖରେ ନାହିଁ । ଗତ ମାସରେ ୬ କୋଟି ଭ୍ୟାକ୍ସିନ୍ ଡୋଜ୍ ବିଦେଶକୁ ପଠାଯାଇଥିବା ବେଳେ ସେହି ସମୟରେ ୩ରୁ ୪ କୋଟି ଲୋକଙ୍କୁ ଟିକା ଦିଆଯାଇଛି । ପ୍ରଥମେ କାହିଁକି ସମସ୍ତ ଭାରତୀୟଙ୍କୁ ଟିକା ଦେଲେନି ?

Leave A Reply

Your email address will not be published.