Latest Odisha News

BREAKING NEWS

ଚିରଞ୍ଜୀବୀ ବ୍ଲଡ ବ୍ୟାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ: ଜେଲ ଗଲେ ସାଉଥ ଅଭିନେତା ଓ ତାଙ୍କ ପତ୍ନୀ

ମୁମ୍ବାଇ: ଚିରଞ୍ଜୀବୀ ବ୍ଲଡ ବ୍ୟାଙ୍କ ବିରୋଧରେ ଅଭିଯୋଗ କରି ବର୍ଷେ ଜେଲ ଗଲେ ସାଉଥ ଅଭିନେତା । ସାଉଥ ଫିଲ୍ମର ପ୍ରସିଦ୍ଧ ଅଭିନେତା ରାଜଶେଖର ଏବଂ ତାଙ୍କ ପତ୍ନୀ ଜୀବିତାଙ୍କୁ କୋର୍ଟ ୧ବର୍ଷ ଜେଲଦଣ୍ଡ ଦଣ୍ଡିତ କରିଛନ୍ତି । ନାମପଲିର ୧୭ତମ ଅତିରିକ୍ତ ମୁଖ୍ୟ ମହାନଗର ନିଗମ ମାଜିଷ୍ଟ୍ରେଟ୍ ଏହି ଦମ୍ପତିଙ୍କୁ ଏକ ବର୍ଷ ଜେଲ ଦଣ୍ଡ ସହ ୫୦୦୦ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗରିବ ଲୋକଙ୍କୁ ଚିରଞ୍ଜୀବୀ ବ୍ଲଡ ବ୍ୟାଙ୍କ ମାଧ୍ୟମରେ ସାହାଯ୍ୟ କରାଯାଏ । ୨୦୧୧ମସିହାରେ ସାଉଥ୍ ଅଭିନେତା ରାଜଶେଖର ଏବଂ ତାଙ୍କ ପତ୍ନୀ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ମେଗାଷ୍ଟାର ଚିରଞ୍ଜୀବୀଙ୍କ ଦ୍ୱାରା ପରିଚାଳିତ ଏହି ବ୍ଲଡ ବ୍ୟାଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ, ବ୍ଲଡ ବ୍ୟାଙ୍କ ମାଧ୍ୟମରେ ସଂଗୃହିତ ରକ୍ତ ଅଭାବୀ ଲୋକଙ୍କୁ ଦିଆ ନ ଯାଇ ବଜାରରେ ବିକ୍ରି କରାଯାଉଛି । ଏହାକୁ ବିରୋଧ କରିଥିଲେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବାପା ଫିଲ୍ମ ନିର୍ମାତା ଅଲ୍ଲୁ ଅରବିନ୍ଦ । ସେ ଏନେଇ ରାଜଶେଖର ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ମାମଲା ଦାୟର କରି କୋର୍ଟରେ ପହଞ୍ଚିଥିଲେ ।

ପରେ ରାଜଶେଖର ଏବଂ ତାଙ୍କ ପତ୍ନୀ ଜୀବିତା କହିଥିଲେ ଯେ, ଚିରଞ୍ଜୀବୀଙ୍କ ବ୍ଲଡ ବ୍ୟାଙ୍କ ବିରୋଧରେ ଦୁହେଁ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ଚିରଞ୍ଜୀବୀଙ୍କ ସମ୍ମାନକୁ କ୍ଷତି ପହଞ୍ଚାଇବା ପାଇଁ ଏପରି କଥା କହିଥିଲେ ବୋଲି କହିିଥିଲେ । ପରେ ଏହି ବ୍ଲଡ ବ୍ୟାଙ୍କ ବିରୋଧରେ ଗଣମାଧ୍ୟମରେ ଦମ୍ପତିଙ୍କ ଅଭିଯୋଗ ସିଡି ଫର୍ମରେ କୋର୍ଟରେ ଦାଖଲ କରାଯାଇଥିଲା । ଏହି ମାମଲାର ଦୀର୍ଘ ଦିନର ଶୁଣାଣି ପରେ ଶେଷରେ କୋର୍ଟ ରାୟ ଏହି ଦେଇଛନ୍ତି ।

Leave A Reply

Your email address will not be published.