Latest Odisha News

BREAKING NEWS

ପଡ଼ିଶାରୁ ଆସି ଓଡ଼ିଶାରେ ଛୁଆ ଚୋରି, ୪ ଜଣଙ୍କୁ ଧରି ଛେଚିଲେ ଗ୍ରାମବାସୀ

ସୋନପୁର: ସ୍କୁଲ୍ ଛୁଆଙ୍କୁ ବିସ୍କୁଟ୍ ଓ ଚକଲେଟ୍ ଲୋଭ ଦେଖାଇ ଅପହରଣ ଉଦ୍ୟମ ବେଳେ ଧରା ପଡ଼ିଲେ, ଛେଚା ଖାଇଲେ । ଏଭଳି ଘଟଣା ଘଟିଛି ସୋନପୁରର ନେହେରୁ ନଗରରେ । ଆଜି ୨ ଜଣ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଅପହରଣ କରି ନେଉଥିବା ବେଳେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଥିଲେ ୪ ଜଣ ।

ନେହେରୁ ନଗରରୁ ଧାଗେରପାଳି ସ୍କୁଲକୁ ପଢ଼ିବାକୁ ଯାଉଥିବା ବେଳେ ପଡ଼ୋଶୀ ଛତିଶଗଡ଼ର ୪ ଜଣ ଛୁଆଙ୍କୁ ଅଟକାଇ ବିସ୍କୁଟ୍ ଓ ଚକଲେଟ୍ ଦେଇ ଗାଡ଼ିରେ ନେଇ ଯାଉଥିଲେ । ଗ୍ରାମବାସୀ ଏହା ଦେଖି ୪ ଜଣଙ୍କୁ ଧରି ନିର୍ଧୁମ୍ ମାଡ଼ ମାରିବା ପରେ ଡୁଙ୍ଗୁରିପାଲି ଥାନା ପୋଲିସର ଜିମା ଦେଇଛନ୍ତି । ପୋଲିସ ୪ ଜଣଙ୍କୁ ଅଟକ ରଖି ଗାଡ଼ି ଜବତ କରିବା ସହ ତଦନ୍ତ କରୁଛି ।

Leave A Reply

Your email address will not be published.