Latest Odisha News

BREAKING NEWS

ଚିଟଫଣ୍ଡ ପରିଚାଳନା ନିର୍ଦ୍ଦେଶକ ଗିରଫ

କଟକ: ରାଜ୍ୟ ଓ  ଗୁଜୁରାଟର ସୁରତ ଏବଂ ଛତିଶଗଡରେ ଜମାକାରୀଙ୍କ ନିକଟରୁ ବିନୋଦିନୀ ଚିଟଫଣ୍ଡ ନାମରେ ପ୍ରାୟ ୬୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଠକି ନେଇଥିବା ଏମ.ଡିକୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।

ବିନୋଦିନୀ ପ୍ରୋଜେକ୍ଟସ ଲିମିଟେଡ ଚିଟଫଣ୍ଡ କମ୍ପାନୀ ନାମରେ ୫୦୦ରୁ ଉର୍ଦ୍ଧ ଜମାକାରୀଙ୍କ ଠାରୁ ପ୍ରାୟ ୬୮ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଧୀରେନ ସ୍ୱାଇଁକୁ ଆଜି ବ୍ରହ୍ମପୁରରୁ ବୈଦ୍ୟନାଥ ପୁର ପୁଲିସ ଗିରଫ କରି ବ୍ରହ୍ମପୁରର ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟକୁ ପଠାଇଥିବା ସୂଚନା ମିଳିଛି ।

୨୦୧୮ ମସିହାରେ ଧୀରେନ ସ୍ୱାଇଁ ବିନୋଦିନୀ ପ୍ରୋଜେକ୍ଟସ ଲିମିଟେଡ ଚିଟଫଣ୍ଡ କମ୍ପାନୀ ନାମରେ ୫୦୦ରୁ ଉର୍ଦ୍ଧ ଜମାକାରୀଙ୍କ ଠାରୁ ପ୍ରାୟ ୬୮ ଲକ୍ଷ ଟଙ୍କା ଠକି ନେଇଥିବା ରାଜ୍ୟ ଓ ପଡୋଶୀ ରାଜ୍ୟ ଛତିଶଗଡର ଏକ ଥାନାରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା ।

ଛତିଶଗଡ ପୋଲିସ ଧୀରେନକୁ ଏହି ଠକାଇ ମାମଲାରେ ଗିରଫ କରି ଜେଲ୍ କୁ ପଠାଇଥିଲେ । କିଛି ଦିନ ପରେ ଧୀରେନ ଛତିଶଗଡ ଜେଲରୁ ଜାମିନରେ ଆସି ଫେରାର ହୋଇଯାଇଥିଲେ ।

ତେବେ ଗତ କିଛି ଦିନ ହେଲା ଫେରାର ଥିବା ଧୀରେନ ବ୍ରହ୍ମପୁରରେ ରହୁଥିବା ବୈଦ୍ୟନାଥପୁର ପୋଲିସ ଖବର ପାଇ ପୂର୍ବରୁ ପୁଲିସ ନିକଟରେ ଥିବା ଠକେଇ ମାମଲାରେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜୁଥିବା ବେଳେ ଆଜି ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

Leave A Reply

Your email address will not be published.