Latest Odisha News

BREAKING NEWS

ଫାରାହା ଖାଁ ନିରାଶ: ହ୍ରିତିକ, ଶାହାରୁଖ ମନା କରିବା ପରେ ବନ୍ଦ ହୋଇଗଲା ସତେ ପେ ସତାର ରିମେକ

ମୁମ୍ବାଇ: ସତେ ପେ ସତାର ରିମେକ ନେଇ ଜୋର ସୋରରେ ଉଦ୍ୟମ କରୁଥିବା ଫାରାହ ଖାଁଙ୍କୁ ଶେଷରେ ନିରାଶ ହେବାକୁ ପଡିଛି । ଓମ ଶାନ୍ତି ଓମ୍ ଓ ହ୍ୟାପି ନ୍ୟୁ ଇୟର ଭଳି ଫିଲ୍ମ ତିଆରି କରିଥିବା ଫାରାହ ଅମିତାଭ ବଚ୍ଚନଙ୍କ ୧୯୮୨ର ଏହି ହିଟ ଫିଲ୍ମର ରିମେକ କରିବାକୁ ଚାହୁଁଥିଲେ । ଏଥିନେଇ ସେ ହ୍ରିତିକ ରୋଶନ, ଅକ୍ଷୟ କୁମାର, ଅଜୟ ଦେବଗନ ଓ ଶାହାରୁଖ ଖାଁଙ୍କ ପାଖକୁ ଯାଇଥିଲେ । ମାତ୍ର କାହା ସହିତ ଡେଟ ଫାଇନାଲ ହୋଇପାରି ନ ଥିଲା । ମନପସନ୍ଦର ହୀରୋ ନ ମିଳିବାରୁ ଶେଷରେ ସେ ପ୍ରୋଜେକ୍ଟକୁ ବନ୍ଦ କରିବା ପାଇଁ ବାଧ୍ୟ ହୋଇଛନ୍ତି ।

ରାଜ ସିପ୍ପିଙ୍କ ନିର୍ଦ୍ଦେଶିତ ଏବଂ ସାତ ଭାଇଙ୍କ ଉପରେ ପର୍ଯ୍ୟବେଶିତ ଏହି ଫିଲ୍ମ ସେ ସମୟରେ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ଏ ନେଇ ଫାରାହ କୌଣସି ମନ୍ତବ୍ୟ ଦେଇ ନ ଥିଲେ ମଧ୍ୟ ସ୍ପଟ ବୟ ଏବଂ ଅନ୍ୟମାନଙ୍କଠାରୁ ଖବର ଲିକ୍ ହୋଇଥିଲା ।

Leave A Reply

Your email address will not be published.