Latest Odisha News

ଏସସିବିରେ ଭର୍ତ୍ତି ହେଲେ ଓସିଏ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା

କଟକ: ଅର୍ଥତତ୍ତ୍ୱ ଚିଟଫଣ୍ଡ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଓଡିଶା କିକ୍ରେଟ୍ ଆସୋସିଏସନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଗୁରୁବାର ଦିନ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି।

ଖୋର୍ଦ୍ଧା ଜିଲ୍ଲା ଓ ସେସନ ଜଜ୍ କୋର୍ଟ ବୁଧବାର ଦିନ ଶ୍ରୀ ବେହେରାଙ୍କ ବେଲ୍ ପିଟିିିସନ୍ ଖାରଜ କରି ଦେଇଥିଲେ। ଏହାସହିତ ୨ୟ ଥର ଲାଗି ତାଙ୍କର ବେଲ୍ ପିଟିିିସନ୍ କୋର୍ଟ ଖାରଜ କରିଛନ୍ତି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୯ ତାରିଖରେ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ତାଙ୍କର କଟକ ବାସଭବନରୁ ଗିରଫ କରିଥିଲା।

ଗିରଫ ପରେ ସିବିଆଇ ତାଙ୍କୁ ସ୍ପେଶାଲ୍ ଚିଫ୍ ଜୁଡ଼ିସିିଆଲ୍ ମାଜିଷ୍ଟ୍ରେଟ (ସିଜେଏମ)ଙ୍କୁ ନିକଟରେ ହାଜର କରାଇଥିଲା । କୋର୍ଟ ତାଙ୍କ ଜାମିନ ଖାରଜ କରି ରିମାଣ୍ଡରେ ଝାରପଡା ଜେଲକୁ ପଠାଇ ଦେଇଥିଲେ।

ପରେ ସେପ୍ଟେମ୍ବର ୨୩ ତାରିଖରେ ଅସୁସ୍ଥତା କାରଣରୁ ଶ୍ରୀ ବେହେରାଙ୍କୁ ଜେଲ୍ କର୍ତ୍ତୃପକ୍ଷ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଇଥିଲା।

Comments are closed.