Latest Odisha News

BREAKING NEWS

ଚିତ୍ରକୋଣ୍ଡା ଡଙ୍ଗାବୁଡି ମାମଲା, ମିଳିଲା ୨ ମୃତଦେହ

ମାଲକାନଗିରି: ବୁଧବାର ମାଛଧରା ଡଙ୍ଗାବୁଡି ମାମଲାରେ ନିଖୋଜ ଥିଲେ ୩ଜଣ । ଗତକାଲି ନିଖୋଜଙ୍କ ମଧ୍ୟରୁ ଜଣେ ବୃଦ୍ଧାଙ୍କ ମୃତଦେହ ଦମକଳ ବାହିନୀ ଠାବ କରିଥିଲା । ତେବେ ଆଜି ନିଖୋଜ ଅନ୍ୟ ଦୁଇଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଓଡ୍ରାଫ ଟିମ୍ ଓ ଦମକଳ ବାହିନୀ ମିଳିତ ଭାବେ ଆଜି ଜଣେ ଶିଶୁ ଓ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଛି । ବିଗତ ଦୁଇଦିନ ଧରି ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଚାଲିଥିବା ସର୍ଚ୍ଚ ଅପରେସନର ଆଜି ଅନ୍ତ ଘଟିଛି ।

Leave A Reply

Your email address will not be published.