Latest Odisha News

BREAKING NEWS

ହୃଷୀକେଶ ମଲ୍ଲିକ ହେଲେ ଓଡିଶା ସାହିତ୍ୟ ଏକାଡେମୀର ନୂତନ ସଭାପତି

ଭୁବନେଶ୍ୱର : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଚାରିଟି ଏକାଡେମୀର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି।

ସାହିତ୍ୟ ଏକାଡେମୀର ସଭାପତି ଭାବେ ହୃଷୀକେଶ ମଲ୍ଲିକ, ଉପ ସଭାପତି ଭାବେ ସଂଗ୍ରାମ ଜେନା ଓ ସଚିବ ଭାବରେ ପ୍ରବୋଧ କୁମାର ରାଉତଙ୍କୁ ମନୋନୀତ କରାଯାଇଛି। ସେହିପରି ସଙ୍ଗୀତ ଏକାଡେମୀର ସଭାପତି ଭାବେ ଅରୁଣା ମହାନ୍ତି, ଉପସଭାପତି ଭାବେ ମନ୍ମଥ କୁମାର ଶତପଥୀଙ୍କୁ ଚୟନ କରାଯାଇଛି।

ଲଳିତ କଳା ଏକାଡେମୀର ଉପସଭାପତି ଭାବେ ଶ୍ରୀନିବାସ ପଢିହାରୀ , ସଚିବ ଭାବେ ପଞ୍ଚାନନ ସାମଲଙ୍କୁ ମନୋନୀତ କରାଯାଇଛି ଏବଂ ଉର୍ଦ୍ଦୁ ଏକାଡେମୀର ସଚିବ ଭାବେ ସୟଦ ମୁସିର ଆଲାମଙ୍କ ନାମ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ ଯେ ସାହିତ୍ୟ ଏକାଡେମୀର ତିନି , ସଙ୍ଗୀତ ନାଟକ ଏକାଡେମୀର ଦୁଇ ଏବଂ ଉର୍ଦ୍ଦୁ ଏକାଡେମୀର ଗୋଟିଏ ପଦବୀ ପାଇଁ ବିଭାବ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା। ମୋଟ ୮ଟି ପଦବୀ ପାଇଁ ୨୨୭ ଆବେଦନ ଆସିଥିବା ବେଳେ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଚୟନ କମିଟି ଗଠିତ ହୋଇ ୮ ଜଣଙ୍କ ନାଁ ସୁପାରିସ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଅନୁମୋଦନ ପରେ ସମସ୍ତ କର୍ମକର୍ତ୍ତାଙ୍କ ନାଁ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରାଯାଇଛି।

Leave A Reply

Your email address will not be published.