Latest Odisha News

BREAKING NEWS

ଧରାପଡ଼ିଲା ମେହୁଲ ଚୋକସୀ: ଆଣ୍ଟିଗୁଆକୁ ଚମ୍ପଟ ମାରିଥିଲା, ଡୋମିନିକାରୁ ଗିରଫ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଦୁର୍ନୀତି ଓ ଠକେଇ ମାମଲାରେ ଚମ୍ପଟ ମାରିଥିବା ଅଭିଯୁକ୍ତ ମେହୁଲ ଚୋକସୀ ଧରା ପଡିଛି । ତାକୁ ଡୋମିନିକାରୁ ଗିରଫ କରାଯାଇଛି । ସେଠାକାର କ୍ରାଇମ୍ ଇନଭେଷ୍ଟିଗେସନ୍ ଡିପାର୍ଟମେଣ୍ଟ (CID) କଷ୍ଟୋଡିରେ ଅଛି ମେହୁଲ ଚୋକସୀ । କିଛି ଦିନ ତଳୁ ଆଣ୍ଟିଗୁଆରୁ ନିଖୋଜ ହୋଇ ଯାଇଥିଲା । ଜଳପଥରେ ଖସି ପଳାଇ ଯାଇଥିଲା ।

ଏହାପରେ ତାକୁ ଧରିବା ପାଇଁ ଆରମ୍ଭ ହୋଇଥିଲା ଅପରେସନ୍ । ବିଭିନ୍ନ ଦେଶକୁ ସୂଚନା ଜାରି କରିଥିଲେ ଆଣ୍ଟିଗୁଆ ସରକାର । ଏପରିକି ୟେଲୋ ନୋଟିସ୍ ଜାରି କରିବାକୁ ଇଣ୍ଟରପୋଲକୁ ଅନୁରୋଧ କରିଥିଲା ଆଣ୍ଟିଗୁଆ । ଖୁବଶୀଘ୍ର ଡୋମିନିକା ପକ୍ଷରୁ ମେହୁଲ ଚୋକସୀକୁ ଆଣ୍ଟିଗୁଆକୁ ହସ୍ତାନ୍ତର କରାଯିବ । କୁହାଯାଉଛି ସେ ଡୋମିନିକାରୁ ପଳାଇ ଯାଇ ଥାଆନ୍ତା କ୍ୟୁବା ।

ଡୋମିନିକାର ୬୩ ବର୍ଷୀୟ ମେହୁଲ ଚୋକସୀ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୨ହଜାର କୋଟି ଟଙ୍କାର ଦୁର୍ନୀତି ମାମଲାରେ ସଂପୃକ୍ତ ଅଛି । ସତ ଜଣା ପଡ଼ିବା ପରେ ଭାରତ ଛାଡି ଛୁ ମାରିଥିଲା । ୨୦୧୭ରୁ ସେ ଆଣ୍ଟିଗୁଆର ନାଗରିକତା ଗ୍ରହଣ କରିଛି । ୨୦୧୮ ଜାନୁଆରୀରୁ ସେ ସେଠାରେ ରହୁଛି । ତାକୁ ଭାରତ ପ୍ରତ୍ୟର୍ପଣ ନେଇ ମାମଲା ବି ଚାଲିଛି । ଭାରତରେ ସେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଇଁ ମୋଷ୍ଟ ଓ୍ୱାଣ୍ଟେଡ୍ ଅଛି ।

Leave A Reply

Your email address will not be published.