Latest Odisha News

BREAKING NEWS

୭ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ, ଅନୁଗୁଳରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ମାମଲା ହ୍ରାସ୍ ପାଇଛି । ଗତକାଲି ରାଜ୍ୟରେ ୧୧ ହଜାର ୬୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ଆଉ ୬ ହଜାର ୭୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ଦୈନିକ ସଂକ୍ରମଣ ମାମଲା ୧ ହଜାରରୁ ଅଧିକ ରହୁଥିବା ବେଳେ ଆଜି ୬ ଶହ ତଳକୁ ଖସିଛି । ଅନୁଗୁଳରୁ ସର୍ବାଧିକ ୭୮୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭୨୦ ଜଣଙ୍କ ନମୁନା କୋଭିଡ୍ ପଜିଟିଭ୍ ଆସିଛି ।

କ୍ୱାରେଣ୍ଟାଇନରୁ ୩ ହଜାର ୭୭୪ ଜଣ ସଂକ୍ରମିତ ଏବଂ ସ୍ଥାନୀୟ ଅଞ୍ଚଳରୁ ୨ ହଜାର ୬୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ସର୍ବାଧିକ ୭୮୮ ଜଣ, ବାଲେଶ୍ୱରରୁ ୭୧ ଜଣ, ବରଗଡ଼ରୁ ୪୦୫ ଜଣ, ଭଦ୍ରକରୁ ୨୦୬ ଜଣ, ବଲାଙ୍ଗିରରୁ ୧୪୪ ଜଣ, ବୌଦ୍ଧରୁ ୨୬୨ ଜଣ, କଟକରୁ ୩୬୨ ଜଣ, ଦେବଗଡ଼ରୁ ୬୪ ଜଣ, ଢେଙ୍କାନାଳରୁ ୧୭୮ ଜଣ, ଗଜପତିରୁ ୮୦ ଜଣ, ଗଞ୍ଜାମରୁ ୧୯୬ ଜଣ, ଜଗତସିଂହପୁରରୁ ୧୦୬ ଜଣ, ଯାଜପୁରରୁ ୩୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଝାରସୁଗୁଡ଼ାରୁ ୧୨୦ ଜଣ, କଳାହାଣ୍ଡିରୁ ୨୪୧ ଜଣ, କନ୍ଧମାଳରୁ ୮୫ ଜଣ, କେନ୍ଦ୍ରାପଡ଼ାରୁ ୨୪ ଜଣ, କେନ୍ଦୁଝରରୁ ୨୪ ଜଣ, ଖୋର୍ଦ୍ଧାରୁ ୫୧୭ ଜଣ, କୋରାପୁଟରୁ ୨୧୯ ଜଣ, ମାଲକାନଗିରିରୁ ୯୮ ଜଣ, ମୟୂରଭଞ୍ଜରୁ ୩୪ ଜଣ, ନବରଙ୍ଗପୁରରୁ ୨୮୨ ଜଣ, ନୟାଗଡ଼ରୁ ୨୦୭ ଜଣ, ନୂଆପଡ଼ାରୁ ୪୮ ଜଣ, ପୁରୀରୁ ୨୬୫ ଜଣ, ରାୟଗଡ଼ାରୁ ୧୨୩ ଜଣ, ସମ୍ବଲପୁରରୁ ୩୦୯ ଜଣ, ସୋନପୁରରୁ ୮୨ ଜଣ, ସୁନ୍ଦରଗଡ଼ରୁ ୭୨୦ ଜଣ ଏବଂ ଷ୍ଟେଟପୁଲରୁ ୧୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୩୨ ହଜାର ୭୩୯କୁ ବୃଦ୍ଧି ପାଇଛି । ମୋଟ ୬ ଲକ୍ଷ ୨୩ ହଜାର ୬୨୮ ଜଣ କୋଭିଡକୁ ମାତ୍ ଦେଇ ସୁସ୍ଥ ହୋଇଥିବା ବେଳେ ଏବେ ରାଜ୍ୟରେ ୧ ହଜାର ୬ ହଜାର ୪୪୦ ଜଣ ସକ୍ରିୟ ସଂକ୍ରମଣ ମାମଲା ରହିଛି ।

Leave A Reply

Your email address will not be published.