Latest Odisha News

BREAKING NEWS

ଦଶାହ ଭୋଜି ଖାଇ ଦୁଇ ମୃତ, ୩୦ରୁ ଉର୍ଦ୍ଧ୍ବ ମେଡିକାଲରେ ଭର୍ତ୍ତି

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଗୁଡିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ହଇଜା ଆତଙ୍କ । ହଇଜାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ, ୩୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ ବାରିପଦା ପିଆରଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଏକ ଦଶାହ ଭୋଜି ଅନୁଷ୍ଠିତ ହୋଇଥିଲା । ଏହାକୁ ଖାଇବା ପରେ ଗ୍ରାମର ଅଧିକାଂଶ ଲୋକେ ହଇଜାରେ ପୀଡ଼ିତ ହୋଇଥିଲେ ।

ଏହି ଘଟଣାରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟିମ୍‌ ଉକ୍ତ ଗ୍ରାମକୁ ଯାଇ ସ୍ଥିତି ପରଖିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.