Latest Odisha News

BREAKING NEWS

ଖୁବ୍‌ ଶୀଘ୍ର କୋରିଓଗ୍ରାଫର ସରୋଜ ଖାନଙ୍କ ଜୀବନୀକୁ ନେଇ ତିଆରି ହେବ ଫିଲ୍ମ

ମୁମ୍ବାଇ: ଖୁବ୍‌ ଶୀଘ୍ର କିମ୍ବଦନ୍ତୀ କୋରିଓଗ୍ରାଫର ସରୋଜ ଖାନଙ୍କ ଜୀବନୀକୁ ନେଇ ତିଆରି ହେବ ଚଳଚ୍ଚିତ୍ର। ଏ ନେଇ ଟି ସିରିଜ ମୁଖ୍ୟ ଭୂଷଣ କୁମାର ସରୋଜ ଖାନଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀରେ ଘୋଷଣା କରିଛନ୍ତି।

ବାୟୋପିକ୍ ଟି ସିରିଜ୍ ଦ୍ୱାରା ପ୍ରସ୍ତୁତ ହେବ। ବାୟୋପିକ୍ ନିର୍ଦ୍ଦେଶକ ଏବଂ କାଷ୍ଟ ଏବଂ କ୍ରୁଙ୍କ ବିଷୟରେ ଅଧିକ ବିବରଣୀ ଆସନ୍ତା ଦିନରେ ଘୋଷଣା କରାଯିବ ବୋଲି ଜଣାପଡ଼ିଛି। ପ୍ରାୟ ଚାରି ଦଶନ୍ଧି ଧରି ସେ ବଲିଉଡ୍‌ ଚଳଚ୍ଚିତ୍ର ଜଗତରେ ସକ୍ରିୟ ରହିଥିଲେ। ଗତ ବର୍ଷ ଜୁଲାଇ ୩ ରେ ତାଙ୍କର ହୃଦଘାତରେ ପରଲୋକ ହୋଇଥିଲା।

Comments are closed.