ନୂଆଦିଲ୍ଲୀ : ଖ୍ରୀଷ୍ଟମାସ ଓ ନୂଆବର୍ଷକୁ ନେଇ କେନ୍ଦ୍ର ସରକାର ଜାରି କଲେ ନୂଆ ଗାଇଡ ଲାଇନ । ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏବେ ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା୨୨୮ରେ ପହଁଞ୍ଚିଲାଣି । ଦିଲ୍ଲୀ ଓ ମହାରାଷ୍ଟ୍ର ବହୁ ସଂଖ୍ୟାରେ କେଶ୍ ସାମ୍ନାକୁ ଆସିଛି ।
ଏନେଇ ଦିଲ୍ଲୀ ଓ ମହାରାଷ୍ଟ୍ରରେ ଖ୍ରୀଷ୍ଟମାସ ଓ ନୂଆବର୍ଷ ସେଲିବ୍ରେସନ ଉପରେ କଟକଣା ଲଗାଇଛନ୍ତି କେନ୍ଦ୍ର ସରକାର । ଓମିକ୍ରନ ସଂକ୍ରମଣ ବଢୁଥିବାରୁ କେନ୍ଦ୍ର ସରକାର ମଙ୍ଗଳବାର ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି । ଏହି ଚିଠିରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଆଲର୍ଟ କରିଛନ୍ତି । କେନ୍ଦ୍ର ସରକାର ରାଜ୍ୟ ଗୁଡିକୁ ଟେଷ୍ଟିଂ ଓ ଭ୍ୟାକ୍ସିନେସନକୁ ବଢାଇବା ପାଇଁ ଅନୁରୋଧ କରିଛନ୍ତି । ଏହା ସହ ନାଇଟ କର୍ଫ୍ୟୁ ଜାରି ରଖିବାକୁ କହିଛନ୍ତି ।
ବଡ ବଡ ସଭା ଆୟୋଜନ କରିବା ଉପରେ ମଧ୍ୟ ରୋକ୍ ଲଗାଇଛନ୍ତି କେନ୍ଦ୍ର ସରକାର । ବିବାହ ଓ ଅନ୍ତିମ ସଂସ୍କାରରେ ଲୋକଙ୍କ ସଂଖ୍ୟା ସୀମିତ ରଖିବା ପାଇଁ ରାଜ୍ୟ ଗୁଡିକୁ କେନ୍ଦ୍ର ସରକାର କହିଛନ୍ତି । ଏହା ସହ ଦିଲ୍ଲୀରେ ୩୧ ନାଇଟ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି । ହୋଟେଲ, ବାର ,ରେଷ୍ଟୁରାଣ୍ଟ ରେ ୫୦ ପ୍ରତିଶତ ସିଟିଂ କାପାସିଟି ରଖିବାରୁ ଅନୁମତି ମିଳିଛି ।
ତା ସହ ରାଜନୈତିକ ,ସାମାଜିକ,ସାଂସ୍କୃତିକ,ଧାର୍ମିକ,କନଫରେନ୍ସ ଆଦି କାର୍ଯ୍ୟକ୍ରମକୁ ବାରଣ କରିଛନ୍ତି ସରକାର ସେହିପରି ମୁମ୍ବାଇରେ ମଧ୍ୟ ଖ୍ରୀଷ୍ଟମାସ ଓ ନୂଆବର୍ଷ ସେଲିବ୍ରେସନ ପାର୍ଟିକୁ ବାରଣ କରାଯାଇଛି । ସରକାର ଘୋଷଣା କରିଛନ୍ତି କି ୩୦ ଡିସେମ୍ବର ଓ ୨ ଜାନୁଆରୀ ପର୍ଯ୍ୟନ୍ତ ରାଜ୍ୟରେ ପାର୍ଟି ଓ ବିଭିନ୍ନ ସମାରୋହକୁ ଅନୁମତି ଦିଆଯାଇନି ।
Comments are closed.