Latest Odisha News

BREAKING NEWS

ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କୁ ଚିତ୍ର କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ପ୍ରତିବର୍ଷ ୨୨ ଡିସେମ୍ବରକୁ ଜାତୀୟ ଗଣିତ ଦିବସ ଭାବେ ପାଳନ କରାଯାଇଥାଏ । ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ ଆୟାଙ୍ଗରଙ୍କ ୧୨୫ ତମ ଜନ୍ମ ବାର୍ଷିକୀ । ଜନ୍ମ ବାର୍ଷିକୀ ପାଳନ ଅବସରରେ ୨୬ ଫେବୃଆରୀ ୨୦୧୨ରେ ମାଡ୍ରାସ ବିଶ୍ୱବିଦ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏହି ଦିବସ ପାଳନ କରିବା ନେଇ ଘୋଷଣା କରିଥିଲେ ।

ସେବେଠାରୁ ଭାରତର ଜାତୀୟ ଗଣିତ ଦିବସ ପ୍ରତିବର୍ଷ ୨୨ ଡିସେମ୍ବରରେ ଦେଶର ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଆସୁଛି ।

ତେବେ ଏହି ଗଣିତ ଦିବସରେ ଚିତ୍ର ଶିଳ୍ପୀ ପ୍ରିୟଙ୍କା ସାହାଣୀ ଆଙ୍କିଛନ୍ତି ଏକ ଅଭିନବ ଚିତ୍ର । ଗଣିତଜ୍ଞ ରାମାନୁଜନଙ୍କର ଚିତ୍ର ଅତି ସୁନ୍ଦର ଭାବେ ନିଜ ହାତରେ ତିଆରି କରିଛନ୍ତି । ଟୁଥ ପେଷ୍ଟରେ ଏକ ଗ୍ଲାସରେ ରାମାନୁଜନଙ୍କ ଏହି ପେଣ୍ଟିଂ କରିଛନ୍ତି ପ୍ରିୟଙ୍କା । ରାମାନୁଜନଙ୍କର ଜନ୍ମ ଜୟନ୍ତୀରେ ଏହି ଗ୍ଲାସ ପେଣ୍ଟିଂ କରି ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଆଉ ଗଣିତ ଦିବସରେ ଯୁବପୀଢିଙ୍କୁ ଦେଇଛନ୍ତି ବାର୍ତ୍ତା ।

ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ ୧୮୮୭ ଡିସେମ୍ବର ୨୨ରେ ମାଡ୍ରାସ୍‌ ପ୍ରେସିଡେନ୍ସୀର ଇରୋଡଠାରେ ଜନ୍ମଗ୍ରହଣ କରିଥିଲେ। ୧୯୦୯ରେ ୨୪ ବର୍ଷ ବୟସରେ ସେ ଜାନକୀ ଅମ୍ମାଲଙ୍କୁ ବିବାହ କରିଥିଲେ। ଜାନକୀଙ୍କର ମୃତ୍ୟୁ ୧୯୨୦ରେ ଘଟିଥିଲା। ଏହାପରେ ମାତ୍ର ୩୨ ବର୍ଷ ବୟସରେ ୧୯୨୦ ଏପ୍ରିଲ୍‌ ୨୬ରେ ସେ ମାଡ୍ରାସ୍‌ ପ୍ରେସିଡେନ୍ସୀର କୁମ୍ବକୋଣମ୍‌ଠାରେ ଦେହତ୍ୟାଗ କରିଥିଲେ।

Leave A Reply

Your email address will not be published.