Latest Odisha News

ପବିତ୍ର ବଡଦିନ: ସମସ୍ତ ଚର୍ଚ୍ଚରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଶ୍ରଦ୍ଧାଳୁଙ୍କ ପ୍ରାର୍ଥନା

ଭୁବନେଶ୍ୱର: ପ୍ରତିବର୍ଷ ଡିସେମ୍ବର ୨୫ ତାରିଖକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିବସ ରୂପେ ପାଳନ କରାଯାଏ । ଏହି ଦିନରେ ପ୍ରଭୁଙ୍କ ଆଗମନ ହୋଇଥିବା ଯୋଗୁଁ ସାରା ବିଶ୍ୱରେ ବେଶ ଧୁମଧାମରେ ପାଳନ କରାଯାଇଥାଏ ।

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଭୁ ଯୀଶୁଙ୍କୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାଗତ କରାଯାଇଛି । ଏଥିସହିତ ସୁନ୍ଦର ଆଲୋକମାଳାରେ ଝଲସୁଛି ଗୀର୍ଜା ଘର ଗୁଡିକ । ଏହି ଅବସରରରେ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ବିଭିନ୍ନ ସ୍ଥାନରେ ରହିଥିବା ଚର୍ଚ୍ଚ ଗୁଡିକ । ପ୍ରଭୁ ଯୀଶୁଙ୍କ ସୁସଜ୍ଜିତ ଜନ୍ମସ୍ଥଳୀରେ ପୂଜାର୍ଚ୍ଚନା କରି ଆଶୀର୍ବାଦ କାମନା କରିଛନ୍ତି ଶ୍ରଦ୍ଧାଳୁମାନେ ।

ଏହି କ୍ରିସମାସ ପାଳନ ଉତ୍ସବରେ ସାଣ୍ଟାକ୍ଲଜର ନାମ ସବୁଠୁ ଆଗ ଶୁଣିବାକୁ ମିଳିଥାଏ । କୁନିକୁନି ପିଲାମାନେ ଖାସକରି ଏହି ଦିନରେ ସାଣ୍ଟାକ୍ଲଜର ବାଟକୁ ଚାହିଁ ବସିଥାନ୍ତି । ଯେ କେତେବେଳେ ଲାଲ ଡ୍ରେସ ପିନ୍ଧା ସାଣ୍ଟାକ୍ଲଜ ଆସିବା ଆଉ ସେମାନଙ୍କୁ ସୁନ୍ଦର ସୁନ୍ଦର ଉପହାର ଦେବେ ।

କିଏ ଏହି ସାଣ୍ଟାକ୍ଲଜ-
ସାଣ୍ଟାକ୍ଲଜ ବିଷୟରେ ଅନେକ ଲୋକକଥା ରହିଛି । ଖ୍ରୀଷ୍ଟଧର୍ମାବଲମ୍ବୀ ମାନଙ୍କ ମତରେ ସନ୍ଥ ନିକୋଲାସଙ୍କୁ ହିଁ ସାଣ୍ଟାକ୍ଲଜ ଭାବେ ବର୍ଣ୍ଣିତ କରାଯାଇଛି ।

କାହିଁକି ପାଳନ କରାଯାଏ କ୍ରିସମାସ-
ଖ୍ରୀଷ୍ଟମାସ ତଥା ପବିତ୍ର ବଡଦିନରେ ଯୀଶୁଖ୍ରୀଷ୍ଟଙ୍କ ଧରାବତରଣ ଖୁସିରେ ଖ୍ରୀଷ୍ଟଧର୍ମାବଲମ୍ବୀ ମାନେ ଏହି ଦିନକୁ ବଡ ଧୂମଧାମରେ ପାଳନ କରିଥାନ୍ତି । ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ଅନୁଯାୟୀ ଇଶ୍ୱରଙ୍କ ସନ୍ତାନ ରୂପେ ଜଗତର କଲ୍ୟାଣ ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମଗ୍ରହଣ କରିଥିଲେ । ପବିତ୍ର ଗ୍ରନ୍ଥ ବାଇବେଲରେ ପ୍ରଭୁଙ୍କ ଜନ୍ମଦିନକୁ ନେଇ ସଠିକ୍ ତାରିଖ ଉଲ୍ଲେଖ ନଥିଲେ ମଧ୍ୟ ଏହି ଦିନକୁ ସାରା ବିଶ୍ୱରେ ପ୍ରଭୁଙ୍କ ଜନ୍ମଦିନ ଭାବେ ପାଳନ କରାଯାଇଥାଏ । କୁହାଯାଏ ଯେ ୩୩୬ ଇ.ପୂର୍ବ ରେ ରୋମର ପ୍ରଥମ ଇସାଇ ସମ୍ରାଟ ଡିସେମ୍ବର ୨୫ ତାରିଖରେ ଖ୍ରୀଷ୍ଟମାସ ପାଳନ କରିଥିଲେ ଏବଂ ଏହାର କିଛି ବର୍ଷପରେ ପୋପ ଜୁଲିୟସ ଡିସେମ୍ବର ୨୫ ତାରିଖରେ ଯୀଶୁଙ୍କ ଜନ୍ମଦିନ ପାଳନ ପାଇଁ ବିଧିବିଦ୍ଧ ଭାବେ ଘୋଷଣା କରିଥିଲେ ।

କେବେଠୁ ଖ୍ରୀଷ୍ଟମାସ ଟ୍ରୀର ପ୍ରଚଳନ ଆରମ୍ଭ-
ହଜାର ବର୍ଷ ପୂର୍ବେ ୟୁରୋପରେ କ୍ରିସମାସ ଟ୍ରୀର ପ୍ରଚଳନ ଆରମ୍ଭ ହୋଇଥିଲା । ଏହି କ୍ରିସମାସ ଟ୍ରୀ ପାଇଁ ଉଦ୍ଦିଷ୍ଟ ଏକ ଗଛକୁ ଭଲଭାବେ ସୁସଜ୍ଜିତ କରି ପର୍ବ ପାଳନ କରାଯାଇଥାଏ । ପରେ ପରେ ଚେରୀ ଗଛର ଡାଳକୁ କାଟି କ୍ରିସମାସ ଟ୍ରୀ ଭାବେ ସଜାଇ ବ୍ୟବହାର କରାଯାଏ । ଏହି କ୍ରିସମାସ ଟ୍ରୀରେ ରଙ୍ଗୀନ ଆଲୋକମାଳାରେ ଏବଂ ଛୋଟ ଛୋଟ ସୁନ୍ଦର ଉପହାରରେ ସଜା ଯାଇଥାଏ ।

Comments are closed.