Latest Odisha News

BREAKING NEWS

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ, ଜାଣନ୍ତୁ…

ଭୁବନେଶ୍ବର: ଯୁକ୍ତ ୨ ପରୀକ୍ଷା ୨୦୨୬ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ତରଫରୁ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଥିବା ନେଇ ମଙ୍ଗଳବାର ଦିନ ଘୋଷଣା ହୋଇଛି।

ସଂଶୋଧିତ ସମୟ ଅନୁଯାୟୀ, ମାର୍ଚ୍ଚ ୧୧, ୨୦୨୬ (ବୁଧବାର) ହେବାକୁ ଥିବା ପରୀକ୍ଷା ବର୍ତ୍ତମାନ ୨୩ ମାର୍ଚ୍ଚ ୨୦୨୬ (ସୋମବାର) ହେବା ନେଇ କୁହାଯାଇଛି। ତେବେ  ହିନ୍ଦୀ (H), ବଙ୍ଗଳା (B), ତେଲୁଗୁ (T), ଉର୍ଦ୍ଦୁ (U), ସଂସ୍କୃତ (S), ଏବଂ ଅପ୍ସନାଲ ଇଂରାଜୀ (AE) ସମେତ କଳା, ବିଜ୍ଞାନ ଏବଂ ବାଣିଜ୍ୟ ଷ୍ଟ୍ରିମ୍ ରେ ଓଡ଼ିଆ ଭାଷା ବ୍ୟତୀତ ସମସ୍ତ ମାତୃଭାଷା ପରିକ୍ଷା ମାର୍ଚ୍ଚ ୧୧ ପରିବର୍ତ୍ତେ ୨୩ ମାର୍ଚ୍ଚରେ ଅନୁଷ୍ଠିତ ହେବ ଓ ସମୟ ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ରହିବା ନେଇ କୁହାଯାଇଛି।

ସେହିପରି ପୂର୍ବରୁ ମାର୍ଚ୍ଚ ୨୧, ୨୦୨୬ (ଶନିବାର)ରେ ହେବାକୁ ଥିବା ପରୀକ୍ଷାକୁ ମାର୍ଚ୍ଚ ୨୫, ୨୦୨୬ (ବୁଧବାର)କୁ ଘୁଞ୍ଚାଇ ଦିଆଯାଇଛି। ଏହି ପରିବର୍ତ୍ତନ କଳା ଷ୍ଟ୍ରିମ୍‌ରେ ଲଜିକ୍ (LOG), ବାଣିଜ୍ୟରେ ଆକାଉଣ୍ଟାନ୍ସି (ACT) ଏବଂ ସମସ୍ତ ବୃତ୍ତିଗତ ବାଣିଜ୍ୟ ବିଷୟ ପତ୍ର-IV ପରି ବିଷୟର ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଭାବିତ କରିବ। ତେବେ ସେମାନଙ୍କର ବୃତ୍ତିଗତ ବିଷୟ ପରୀକ୍ଷା ଓ ୪୦ ମାର୍କ ବିଶିଷ୍ଟ ପରୀକ୍ଷା ସମୟ ସକାଳ ୧୦ରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଓ ୫୦ ମାର୍କ ବିଶିଷ୍ଟ ପରୀକ୍ଷା ସକାଳ ୧୦ରୁ ଅପରାହ୍ନ ୧୨.୩୦ ପର୍ଯ୍ୟନ୍ତ ହେବା ନେଇ ସୂଚନା ମିଳିଛି।

ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା ୨୦୨୬ ର ଅନ୍ୟ ସମସ୍ତ ତାରିଖ ଏବଂ ବିବରଣୀ ମୂଳ ସୂଚୀରୁ ଅପରିବର୍ତ୍ତିତ ରହିବା ନେଇ CHSE ସ୍ପଷ୍ଟ କରିଛି। ସମସ୍ତ ଶିକ୍ଷାନୁଷ୍ଠାନ, ଜିଲ୍ଲା ପ୍ରଶାସନ, ବିଶ୍ୱବିଦ୍ୟାଳୟ ଏବଂ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ଏହି ପରିବର୍ତ୍ତନ ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରାଯାଇଛି। ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ ମିଡିଆ, NIC, SAMS ପୋର୍ଟାଲ ଏବଂ ସମସ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଯଥାଶୀଘ୍ର ସେମାନଙ୍କର ସରକାରୀ ପ୍ଲାଟଫର୍ମଗୁଡ଼ିକୁ ଅପଡେଟ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଯାହା ଫଳରେ ୨୦୨୬ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ନହୁଅନ୍ତି ବୋଲି କୁହାଯାଇଛି।

Leave A Reply

Your email address will not be published.