Latest Odisha News

BREAKING NEWS

ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ, ପାସ ହାର ୭୦.୨୧%

ଭୁବନେଶ୍ୱର: ପ୍ରକାଶ ପାଇଲା ଚଳିତବର୍ଷର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ । ପାସ ହାର ରହିଛି ୭୦.୨୧% । ମୋଟ୍ ୬୮ ହଜାର ୩୭୪ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତ । ଚଳିତ ବର୍ଷ ପ୍ରଥମ ଶ୍ରେଣୀରେ ୨୫ ହଜାର ୩୩୯ଜଣ ପାସ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୨୪ ହଜାର ୧୨୧ ଓ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି ୧୮ ହଜାର ୨୬୮ ଛାତ୍ରଛାତ୍ରୀ ।

ବାଜି ମାରିଲେ ପୁଅ
ଚଳିତ ବର୍ଷ ଝିଅଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ପୁଅ । ମୋଟ୍ ୩୮ ହଜାର ୩୦୧ ଛାତ୍ର ପାସ୍ କରିଥିବା ବେଳେ ୩୦ ହଜାର ୭୩ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଛାତ୍ରଙ୍କ ପାସ୍ ହାର ୩୯% ଓ ଛାତ୍ରୀଙ୍କ ପାସ୍ ହାର ରହିଛି ୩୧%।

ନୟାଗଡ଼ରେ ସର୍ବାଧିକ, ଝାରସୁଗୁଡ଼ାରେ କମ୍ ପାସ୍
ନୟାଗଡ଼ ଜିଲ୍ଲାରେ ସର୍ବାଧିକ ପାସ ହାର ୮୬.୫୧% ରହିଛି । ଝାରସୁଗୁଡ଼ାରେ ସର୍ବନିମ୍ନ ୪୦.୭୧% ଛାତ୍ରଛାତ୍ରୀ ପାସ କରିଛନ୍ତି । ରାଜ୍ୟର ୨୦ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ୧୫ଟିରେ ଶୂନ୍ୟ ପ୍ରତିଶତ ଫଳାଫଳ ହୋଇଛି ।

www.orissaresults.nic.in ରେ ଉପଲବ୍ଧ ହେଉଛି ପରୀକ୍ଷାଫଳ । ଏଥିପାଇଁ ଟୋଲ ଫ୍ରି ନମ୍ୱର ବ୍ୟବସ୍ଥା ବି କରାଯାଇଛି । ଟୋଲ୍ ଫ୍ରି ନମ୍ୱର ହେଉଛି- ୦୬୭୪-୨୩୦୦୯୧୪

ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବା ପରେ ପୁନଃ ମୂଲ୍ୟାୟନ ନେଇ ସୂଚନା ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି । ଚଳିତବର୍ଷ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ ମୋଟ୍ ୯୭ ହଜାର ୩୭୭ ଛାତ୍ରଛାତ୍ରୀ ।

Leave A Reply

Your email address will not be published.