Latest Odisha News

BREAKING NEWS

ବିଜେଡିର ଯୋଗ ଦେଲେ ସରପଞ୍ଚଙ୍କ ସହ ୫୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀ

ଯାଜପୁର: ବିଜୁ ଜନତା ଦଳରେ ଯୋଗ ଦେଲେ ବିଜେପି ଛାଡିଥିବା ସରପଂଚ ଓ ୫୦ ରୁ ଉର୍ଦ୍ଧ କର୍ମୀ । ଯାଜପୁର ଜିଲ୍ଲା କୋରାଇ ବ୍ଲକ କାଚରାସାହି ଗ୍ରାମ ପଂଚାୟତର ସରପଂଚ ସସ୍ମିତା ତରାଇ ନିଜ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି । କୁଆଖିଆ ଠାରେ ଥିବା ଦଳୀୟ କାର୍ଯ୍ୟାଳୟରେ କୋରାଇ ବିଧାୟକ ଅଶୋକ ବଳ ଓ ବ୍ଲକ ବିଜେଡି ସଭାପତିଙ୍କ ଉପସ୍ଥିତିରେ ଏମାନେ ଦଳରେ ଯୋଗଦେଇଛନ୍ତି ।

ବିଧାୟକ ପୁଷ୍ପଗୁଚ୍ଛ ଓ ଦଳୀୟ ଉତରୀୟ ଦେଇ ସରପଂଚ ଓ କର୍ମୀ ମାନଙ୍କୁ ଦଳକୁ ସ୍ୱାଗତ କରିଥିଲେ । ପୂର୍ବରୁ ବିଜେପିରେ ଥିବା ଏହି ସରପଂଚ ଓ କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହେବା ସହ ସ୍ଥାନୀୟ ବିଧାୟକଙ୍କ କୋରାଇ ବିକାଶ ପ୍ରତି ଥିôବା ଅଭିମୁଖ୍ୟକୁ ସମର୍ଥନ କରି ଦଳରେ ସାମିଲ ହୋଇଥିବା କହିଛନ୍ତି । ତେବେ ବିଜେଡିରେ ଯୋଗ ଦେଇଥିବା ସରପଂଚ ଶ୍ରୀମତି ତରାଇ ଗତ ୧୦ ତାରିଖରେ ବିଜେପିରୁ ଇସ୍ତଫା ଦେଇଥିଲେ ।

Leave A Reply

Your email address will not be published.