Latest Odisha News

BREAKING NEWS

ଉଦଯାପିତ ହେଲା ଚୁଡାଖାଇ ଡଙ୍ଗର ଲୋକ ମହୋତ୍ସବ ୨୦୨୩

ସୋନପୁର: ଉଦଯାପିତ ହୋଇଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ପ୍ରସିଦ୍ଧ ଚୁଡାଖାଇ ଡଙ୍ଗର ଲୋକ ମହୋତ୍ସବ ୨୦୨୩ । ପ୍ରଥମ ସଂଧ୍ୟା ଭଳି ଶେଷ ସଂଧ୍ୟା ମଧ୍ୟ ଥିଲା ରଙ୍ଗୀନ । ଲୋକଗୀତ ଓ  ଲୋକନୃତ୍ୟରେ ଦୁଲୁକିଥିଲା ଚୁଡାଖାଇ ମଣ୍ଡପ । ଏକ ରଙ୍ଗାରଙ୍ଗ ପରିବେଶ ସହ ରଙ୍ଗୀନ ଆଲୋକମାଳାରେ ବେଶ ଝଲସିଥିଲା ଚୁଡାଖାଇ ଡଙ୍ଗରର ପାଦଦେଶ l

ବିଭିନ୍ନ ନୃତ୍ୟ ଗିତର ଆସର ହେବାସହ ବିଭିନ୍ନ କଳାକାର ଅଭିନେତା ଅଭିନେତ୍ରୀ ସମ୍ବଲପୁରୀ ନୃତ୍ୟ ଏବଂ କଂସଙ୍କ ଦରବାରର ଚୁଡାଖାଇ ଡଙ୍ଗରର ପାଦଦେଶରେ ଲୋକ ମହୋତ୍ସବ ୨୦୨୩ ଅନେକ ଦୃଶ୍ୟ ଦର୍ଶକଙ୍କୁ ବେଶ ବିମୋହିତ କରିଥିଲା l ବିଳମ୍ବିତ ରାତ୍ରୀ ପର୍ଯନ୍ତ ଦର୍ଶକମାନେ ସାଂସ୍କୃତିକ ସଂଧ୍ୟାର ବେଶ ମଜା ନେଇଥିଲେ l ସେହିଭଳି ଚୁଡାଖାଇ ଡଂଗର ମହୋତ୍ସବରେ କଳାକାରମାନେ ମଧ୍ୟ ଏଭଳି ସୁଯୋଗ ପାଇ ହୋଇଥିଲେ ବେଶ ଖୁସି l ଆୟୋଜକ ମାନେ ରାଜ୍ୟ ସରକାର ଙ୍କ ଠାରୁ ଚୁଡାଖାଇ ପାହାଡ ର ଉନ୍ନତି ପାଇଁ ପ୍ରତିଶ୍ରୁତି ପାଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ l ହଜାର ହଜାର ଲୋକ ତିନିଦିନ ଧରି ମହୋତ୍ସବର ବେଶ ମଜାନେଇଥିଲେ ।

ଉଦଯାପନି ସଂଧ୍ୟାରେ ଅତିଥି ଥିଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ସମେତ ଅନ୍ୟାନ୍ୟ ଅତିଥି । ଏହି ଅବସରରେ ମହୋତ୍ସବ ପକ୍ଷରୁ ଅତିଥି ମାନେ ଦେଇଥିଲେ ସାଂସ୍କୃତିକ ବାର୍ତ୍ତା l ତିନିଦିନ ଧରି ହଜାର ହଜାର ଲୋକ ମହୋତ୍ସବର ସାଂସ୍କୃତିକ ସଂଧ୍ୟାର ବେଶ ମଜାନେବା ସହ ଚୁଡାଖାଇ ପାହାଡକୁ ଚଢି ନେଇଥିଲେ ଏକ ନିଆରା ଅନୁଭୁତି l ଐତିହାସିକ ଡୁଙ୍ଗୁରି ପହାଡକୁ ରାଜ୍ୟ ସରକାର ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଥିବାବେଳେ ପଞ୍ଚମ ଥର ପାଇଁ ଆୟୋଜିତ ହୋଇଥିଲା ଏହି ମହୋତ୍ସବ l ଆଗକୁ ଏହି ପୀଠର ଉନ୍ନତି ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ଅତିଥି ମାନେ କହିଛନ୍ତି ।

 

Leave A Reply

Your email address will not be published.