Latest Odisha News

ଇସ୍ରାଏଲ ଆକ୍ରମଣର ମାଷ୍ଟରମାଇଣ୍ଡ ମଧ୍ୟରୁ ଅନ୍ୟତମ ରକାବା ହମାସ ନିହତ

ତେଲ ଅଭୀବ: ଇସ୍ରାଏଲ ସେନା ଏବେ ଖୋଜି ଖୋଜି ତାଙ୍କ ଉପରେ ଆକ୍ରମଣ କରିଥିବା ହମାସର ପ୍ରମୁଖ ଆତଙ୍କବାଦୀଙ୍କୁ ମାରିବାରେ ଲାଗିଛି । ଶନିବାର ଆଇଡିଏଫ ଦାବୀ କରିଛି ଯେ, ଇସ୍ରାଏଲ ସୀମାରେ ପ୍ରବେଶ କରିଥିବା ପାରା ଗ୍ଲାଇଡର୍ସ ମୂଖ୍ୟ ରକାବା ହମାସଙ୍କ ମୃତ୍ୟୁ ଘଟିଛି । ଏହା ଆମ ପାଇଁ ଏକ ବଡ ସଫଳତା ବୋଲି ସେନା ପକ୍ଷରୁ କୁହାଯାଇଛି । ଦିନକ ପୂର୍ବରୁ କମାଣ୍ଡର ମଦଥ ମୁବଶେର ମଧ୍ୟ ଇସ୍ରାଏଲ ସେନା ଆକ୍ରମଣରେ ନିହତ ହୋଇଛି । ସୂଚନାଯୋଗ୍ୟ, ହମାସ ଆତଙ୍କବାଦୀ ଅକ୍ଟୋବର ୭ରେ ଇସ୍ରାଏଲ ସୀମା ମଧ୍ୟରେ ପ୍ରବେଶ କରି ଆକ୍ରମଣ କରିବା ଫଳରେ ୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ଏହାର ଜବାବରେ ଇସ୍ରାଏଲ ଗାଜା ଉପରେ ଘନ ଘନ ଆକ୍ରମଣ ଜାରୀ ରଖିଛି । ରିପୋର୍ଟ ମୁତାବକ ଗାଜାରେ ଏହି ଆକ୍ରମଣ ଯୋଗୁ ୮୦୦୦ ପାଖାପାଖି ଲୋକଙ୍କ ମୃତ୍ୟୁ ଘଟିଛି ।

ଇସ୍ରାଏଲ ସେନା ଏବେ ହମାସର ଅଣ୍ଡରଗ୍ରାଉଣ୍ଡ ବେସ ଉପରେ ଆକ୍ରମଣ ଜାରୀ ରଖିଛି । ୨୫୦ରୁ ଅଧିକ ଅଣ୍ଡରଗ୍ରାଉଣ୍ଡ ଟନେଲ ନଷ୍ଟ କରିଥିବା ଦାବୀ କରିଛି । ଇସ୍ରାଏଲ ଆକ୍ରମଣରେ ଗାଜା ଏବେ ଧିରେ ଧିରେ ଶ୍ମଶାନରେ ପରିଣତ ହେଉଛି । ସ୍ଥାନୀୟ ବାସିନ୍ଦା ସ୍ଥାନ ଛାଡି ଯିବାକୁ ଚାହୁଁଥିଲେ ମଧ୍ୟ ହମାସ ଆତଙ୍କବାଦୀ ସେମାନଙ୍କୁ ଛାଡି ନାହାନ୍ତି । ଆଇଡିଏଫ ଏବେ ଗାଜ ସୀମାରେ ପ୍ରବେଶ କରିବା ଆରମ୍ଭ କରିଛି ।

Leave A Reply

Your email address will not be published.