Latest Odisha News

BREAKING NEWS

ବିଜେପି ନେତା ଶୁଭେନ୍ଦୁ ଅଧୀକାରୀଙ୍କୁ ସିଆଇଡିର ସମନ

କୋଲକାତା: ବିଜେପି ନେତା ଶୁଭେନ୍ଦୁ ଅଧୀକାରୀଙ୍କୁ ସିଆଇଡିର ସମନ ଜାରି କରିଛି। ପଶ୍ଚିମବଙ୍ଗର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଶନିବାର ଦିନ ତାଙ୍କ ଅଙ୍ଗରକ୍ଷୀ ସୁଭବ୍ରତ ଚକ୍ରବର୍ତ୍ତୀଙ୍କ ମୃତ୍ୟୁ ସଂପର୍କରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧୀକାରୀଙ୍କୁ ଡକାଇଛି। ସୋମବାର ଦିନ ୧୧ ଟା ସମୟରେ କୋଲକାତାର ଭବାନୀ ଭବନରେ ଥିବା ସିଆଇଡି କାର୍ଯ୍ୟାଳୟରେ ବିଜେପି ନେତାଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି।

“ତଦନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଅଛି ଏବଂ ଆମକୁ ଏହି ମାମଲାରେ ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଶୁଭେନ୍ଦୁ ଅଧୀକାରୀଙ୍କ ବିବୃତ୍ତି ରେକର୍ଡ କରିବାକୁ ପଡିବ। ତେଣୁ ତାଙ୍କ ବୟାନ ରେକର୍ଡ କରିବାକୁ ଆମେ ସୋମବାର ତାଙ୍କୁ ଡକାଇଛୁ” ବୋଲି ଆଇଏନ୍ଏସ୍ ପକ୍ଷରୁ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ।

Leave A Reply

Your email address will not be published.