Latest Odisha News

ସିଟି ରବିଙ୍କ ବଢିପାରେ ସମସ୍ୟା: ମହିଳା ମନ୍ତ୍ରୀଙ୍କ ସହ ହୋଇଥିବା ଅଶ୍ଳୀଳ ମାମଲାର ଯାଞ୍ଚ କରିବ ସିଆଇଡି

ବେଙ୍ଗାଲୁରୁ: କର୍ଣ୍ଣାଟକ ଗୃହ ମନ୍ତ୍ରଣାଳୟ ବିଜେପି ଏମଏଲସି ସିଟି ରବି ଏବଂ କର୍ଣ୍ଣାଟକ ମହିଳା ଓ ଶିଶୁ କଲ୍ୟାଣ ବିକାଶ ମନ୍ତ୍ରୀ ଲକ୍ଷ୍ମୀ ହେବବଲକରଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) କୁ ହସ୍ତାନ୍ତର କରିଛି। ବିଧାନ ପରିଷଦରେ କଂଗ୍ରେସ ମନ୍ତ୍ରୀ ଲକ୍ଷ୍ମୀ ହେବବଲକରଙ୍କ ବିରୋଧରେ ସିଟି ରବି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ, ଯାହା ପରେ ତାଙ୍କୁ ଗିରଫ କରାଯାଇଥିଲା। ତେବେ ଏହି ପ୍ରସଙ୍ଗରେ ଜଡିତ ଅଡିଓ ଏବଂ ଭିଜୁଆଲ୍ ପ୍ରମାଣକୁ ବର୍ତ୍ତମାନ ଯାଞ୍ଚ କରିବ ସିଆଇଡି।

ମହିଳା ମନ୍ତ୍ରୀଙ୍କ ସହ ଅଶ୍ଳୀଳ ଅଭିଯୋଗ

ଡିସେମ୍ବର୧୯ ରେ କର୍ଣ୍ଣାଟକ ବିଧାନ ପରିଷଦରେ ଏହି ଘଟଣା ଘଟିଥିଲା ​​ଯେଉଁଠାରେ ମନ୍ତ୍ରୀ ହେବବଲକର ସିଟି ରବିଙ୍କୁ ଅପମାନଜନକ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ ବିଜେପି ନେତା ତାଙ୍କୁ ଅଶ୍ଳିଳ ମନ୍ତବ୍ୟ ଦେଇଥିଲେ ଏବଂ ଚରିତ୍ର ଉପରେ କଥା ଉଠାଇଥିଲେ। ମନ୍ତ୍ରୀ ହେବବଲକରଙ୍କ ଅଭିଯୋଗକୁ ଭିତ୍ତି କରି ସେହିଦିନ ସନ୍ଧ୍ୟାରେ ବେଲାଗାଭିରେ ସିଟି ରବିଙ୍କୁ ଗିରଫ କରାଯାଇଥିଲା। ପରେ ରବି କର୍ଣ୍ଣାଟକ ହାଇକୋର୍ଟରୁ ଜାମିନପାଇ ତୁରନ୍ତ ମୁକ୍ତ ହୋଇଥିଲେ।

ସୂଚନା ଥାଉକି କର୍ଣ୍ଣାଟକରେ ଭାରତୀୟ ଜନତା ପାର୍ଟି ନେତା ସିଟି ରବିଙ୍କୁ ଗିରଫ କରାଯାଇଥିଲା। ମହିଳା କର୍ମୀଙ୍କୁ ଅପମାନ କରିଥିବା ମାମଲାରେ ପୋଲିସ ତାଙ୍କୁ ଗିରଫ କରିଥିଲା। ମହିଳା ଓ ଶିଶୁ ବିକାଶର କଂଗ୍ରେସ ମନ୍ତ୍ରୀ ଲକ୍ଷ୍ମୀ ହେବଲକରଙ୍କ ଉପରେ ଅଶ୍ଳିଳ ମନ୍ତବ୍ୟ ଦେଇଥିବା ଅଭିଯୋଗ ମାମଲା ରୁଜୁ ହୋଇଥିଲା। ତେବେ ରବିଙ୍କ ବିରୁଦ୍ଧରେ ହୋଇଥିବା ଅଭିଯାଗକୁ ଅସ୍ବୀକାର କରି ଏହାକୁ ମିଥ୍ୟା ବୋଲି ପ୍ରକାଶ କରି କହିଛନ୍ତି ମୁଁ ଏଭଳି କିଛି ଅପମାନ ଜନିତ ମନ୍ତବ୍ୟ ଦେଇନାହିଁ ଯାହାକୁ ନେଇ ମୋ ନାଁ ରେ ଅଭିଯୋଗ କରାଯାଇଛି।

Comments are closed.