Latest Odisha News

BREAKING NEWS

ସିଗାରେଟ୍ ବାବାଙ୍କ ନିକଟରେ ଭିଡ଼: ଗୋଟେ ସିଗାରେଟ୍ ଦେଲେ ପୂରଣ ହୁଏ ମନସ୍କାମନା

ଲକ୍ଷେ୍ନା÷: ଅନେକ ପ୍ରେମ କାହାଣୀ ବିଷୟରେ ଆପଣ ଶୁଣିଥିବେ । ନିଜ ପ୍ରେମକୁ ପାଇବା ପାଇଁ ପ୍ରେମୀଯୁଗଳ କିଛି ବି କରିବାକୁ ପଛାନ୍ତି ନାହିଁ । ହେଲେ ଏବେ ନିଜ ପ୍ରେମକୁ ପାଇବାକୁ ପ୍ରେମୀ ଯୁଗଳଙ୍କଠାରୁ ଆରମ୍ଭ କରି ବିବାହିତମାନେ ଲକ୍ଷେ୍ନା÷ରେ ଥିବା ଏକ ସମାଧିସ୍ଥଳରେ ଭିଡ଼ ଜମାଉଛନ୍ତି । ଏହାର କାରଣ ଆପଣଙ୍କୁ ଚକିତ କରିପାରେ । ଏଠାରେ ବାବାଙ୍କୁ ଗୋଟେ ସିଗାରେଟ୍ ଦେଲେ ମନସ୍କାମନା ପୂରଣ ହୁଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ । ଏହା ଆପଣଙ୍କୁ ଟିକେ ଅଜବ ଲାଗିପାରେ, କିନ୍ତୁ ଏହା ସତ୍ୟ ।

କ୍ୟାପଟେନ ଫ୍ରେଡେରିକ୍ ୱେଲ୍ସ ବ୍ରିଟିଶ ସେନାର ଜଣେ ଅଧିନାୟକ ଥିଲେ । ୧୮୫୮ ମସିହା ମାର୍ଚ୍ଚ ୨୧ତାରିଖରେ ମୁସା ବାଗରେ ବ୍ରିଟିଶ ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା, ଯେଉଁଥିରେ ବ୍ରିଟିଶ ସୈନିକମାନେ ଜିତିଥିଲେ, କିନ୍ତୁ କ୍ୟାପଟେନ ୱେଲ୍ସଙ୍କୁ ହତ୍ୟା କରାଯାଇଥିଲା । ପରେ ସେଠାରେ ତାଙ୍କର କବର ଦିଆଯାଇଥିଲା । ଏହି ସମାଧି ଉପରେ ଏକ ପଥର ମଧ୍ୟ ଲଗାଯାଇଛି, ଯେଉଁଥିରେ ୱେଲ୍ସଙ୍କ ନାମ ଏବଂ ମୃତ୍ୟୁ ତାରିଖ ଲେଖାଯାଇଛି । ଏହି ସମାଧି ସାମ୍ନାରେ ଉଭୟ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟର ଲୋକମାନେ ନିଜ ମନସ୍କାମନା ପୂରଣ କରିବାକୁ ଆସିଥାନ୍ତି । କ୍ୟାପଟେନ ୱେଲ୍ସ ସିଗାରେଟ୍ ବହୁତ ଭଲ ପାଉଥିଲେ, ସେଥିପାଇଁ ଏଠାରେ ଲୋକମାନେ ତାଙ୍କୁ ସିଗାରେଟ୍ ଦେଇଥାନ୍ତି । ଏହି ସମାଧିଟି ଲକ୍ଷେ୍ନା÷ର ବାଲାଗଞ୍ଜ ନିକଟ ମୁସାବାଗରେ ରହିଛି ।

କ୍ୟାପଟେନ ସାହେବଙ୍କୁ ସ୍ଥାନୀୟ ଲୋକେ ସିଗାରେଟ୍ ବାଲା ବାବା କହିଥନ୍ତେି । କାରଣ ଏହି ବାବା ଲୋକମାନଙ୍କ ସମ୍ପର୍କକୁ ଯୋଡିବା ପାଇଁ ପ୍ରସିଦ୍ଧ । ଯଦି ଜଣେ ପ୍ରେମୀ ଯୁଗଳ ବିବାହ କରୁନାହାଁନ୍ତି କିମ୍ବା ପରିବାର ସହମତ ନୁହଁନ୍ତି, ତେବେ ଏଠାକୁ ଆସିଥାନ୍ତି । ବାବାଙ୍କୁ ମାତ୍ର ଗୋଟେ ସିଗାରେଟ୍ ଦେଇଦେଲେ ପୂରଣ ହୋଇଯାଉଛି ମନସ୍କାମନା । ଏମିତି କି କିଛି ଦମ୍ପତ୍ତି ନିଜ ସମ୍ପର୍କକୁ ମଜଭୂତ କରିବାକୁ ବି ଏଠାକୁ ଆସି ସିଗାରେଟ୍ ବା ମଦ କିମ୍ବା ମାଂସ ବାବାଙ୍କୁ ଦେଇଥାନ୍ତି । ପରେ ସେମାନଙ୍କ ମନସ୍କାମନା ପୂରଣ ହୋଇଥାଏ ।

Comments are closed.