Latest Odisha News

BREAKING NEWS

ମୁସଲମାନଙ୍କ ପବିତ୍ର ମହରମ୍, ଭଦ୍ରକରେ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ବାହାରିଛି ୪୧ଟି କାଫିଲା

ଭଦ୍ରକ: ମହରମ୍ ପାଇଁ କଡ଼ା ସୁରକ୍ଷା । ୧୭ ପ୍ଲାଟୁନ୍ ପୋଲିସ ଫୋର୍ସ ୮୦ ଅଫିସର ଓ ୨ ଅତିରିକ୍ତ ଏସପି ଭଦ୍ରକ ସହରରେ ମୁତୟନ ହୋଇଛନ୍ତି । ମୁସଲମାନଙ୍କ ପବିତ୍ର ମହରମ୍ ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ସତର୍କ ରହିବା ସହ ସୁରକ୍ଷା ବ୍ଯବସ୍ଥାକୁ କଡ଼ାକଡ଼ି କରିଛି ।

ଭଦ୍ରକରେ ସମୁଦାୟ ୪୧ଟି କାଫିଲା ବାହାରି ଥିବାବେଳେ ୭ଟି କାଫିଲା ନଙ୍ଗାମହଲା, ସନ୍ଥିଆ, କଚେରୀ ଛକ, ନୂଆ ବଜାର ଦେଇ ସହର ପରିକ୍ରମା କରିଥିଛି । ଅନ୍ୟ ୩୫ଟି କାଫିଲା ପୁରୁଣା ବଜାର ଅଞ୍ଚଳରୁ ବାହାରି ମଦିନା ମୈଦାନରେ ପହଞ୍ଚିବ । ସହରରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ସହ ଡ୍ରୋନ୍ କ୍ୟାମେରା ଓ ସିସିଟିଭି ଜରିଆରେ ନଜର ରଖିଛି ପୋଲିସ ।

ମହରମର ୨ ଦିନ ପୂର୍ବରୁ ସହରରେ ପୋଲିସ ଫ୍ଲାଗ୍ ମାର୍ଚ୍ଚ କରିଥିଲା । ସୂଚନାଯୋଗ୍ୟ, ୨୦୧୭ ଏପ୍ରିଲରେ ରାମନବମୀ ସମୟରେ ଭଦ୍ରକ ଅଶାନ୍ତ ହୋଇ ଉଠିଥିଲା । ସାମ୍ପ୍ରଦାୟିକ ମନ୍ତବ୍ୟକୁ ନେଇ ହୋଇଥିଲା ଦଙ୍ଗା । ତା ପୂର୍ବରୁ ୧୯୯୧ରେ ମଧ୍ୟ ଭଦ୍ରକରେ ରାମନବମୀ ବେଳେ ଦଙ୍ଗା ହୋଇଥିଲା ।

Leave A Reply

Your email address will not be published.