Latest Odisha News

BREAKING NEWS

ସୁପ୍ରିମକୋର୍ଟ କାହିଁକି କହିଲେ ଜିମ ନୁହେଁ ସିନେମା ହଲ

ନୂଆଦିଲ୍ଲୀ: ସିନେମା ହଲ ଭିତରକୁ ବାହାରୁ ଖାଦ୍ୟ ପାନୀୟ ନେବା ସମ୍ପର୍କରେ ଆଜି ମାନ୍ୟବର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରି କହିଛନ୍ତି ସିନେମା ହଲ ଏକ ବେସରକାରୀ ସମ୍ପତି । ଏଠାରେ ମାଲିକଙ୍କର ଅଧିକାର ରହିବ । ଗ୍ରାହକ ଚାହିଁଲେ କିଣିପାରିବେ ନ ହେଲେ ନାହିଁ, କିନ୍ତୁ ଏହା ଉପରେ ରୋକ ଲଗାଯାଇ ପାରିବ ନାହିଁ । ଏହା ଜିମ ନୁହେଁ ଯେ, ନିର୍ଦ୍ଦିଷ୍ଟ ନିୟମାବଳୀ ମାନିବାକୁ ପଡିବ । ଆପଣଙ୍କୁ ଯଦି ବ୍ୟୟବହୂଳ ଲାଗୁଛି ତେବେ ଏହାକୁ କିଣି ନ ପାରନ୍ତି କିମ୍ବା ସେ ସ୍ଥାନକୁ ଯାଇ ନ ପାରନ୍ତି ।

ତେବେ ସ୍ୱଚ୍ଛ ପାନୀୟ ଜଳ ମାଗଣାରେ ଯୋଗାଇଦେବା ସହ ୨ ବର୍ଷରୁ ସାନ ପିଲାଙ୍କ କ୍ଷେତ୍ରରେ ଅଭିଭାବକଙ୍କୁ କିଛି ପରିମାଣର ଖାଦ୍ୟ ନେବାକୁ ଅନୁମତି ଦେବା କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜମ୍ମୁ-କଶ୍ମୀରରେ ହଲ ଭିତରକୁ ଖାଦ୍ୟପାନୀୟ ନେବାକୁ ଦର୍ଶକଙ୍କୁ ମନା କରା ଯାଇଥିଲା । ଏ ନେଇ କେତେକ ଦର୍ଶକ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ।

Leave A Reply

Your email address will not be published.