Latest Odisha News

BREAKING NEWS

ଆନନ୍ଦ ପଣ୍ଡିତଙ୍କ ଘୋଷଣା, ଖୁବ ଶୀଘ୍ର ଆରମ୍ଭ ହେବ ଦି ବିଗ ବୁଲ ୨, ସରକାର ୪

ମୁମ୍ବାଇ: ଅଭିଷେକ ବଚ୍ଚନଙ୍କ ବିଗ ବୁଲ ଥିଏଟର ରିଲିଜ ହୋଇ ନ ପାରି ସିଧାସଳଖ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା । ଦର୍ଶକ ମଧ୍ୟ ଏହାକୁ ବେଶ ପସନ୍ଦ କରିଥିଲେ । ଏହାର ପ୍ରଡ୍ୟୁସର ଆନନ୍ଦ ପଣ୍ଡିତ ବିଗ ବୁଲର ସିକ୍ୱେଲ କରିବା ନେଇ ଅଂଟା ଭିଡିଛନ୍ତି । ସେ କହିଛନ୍ତି ଦି ବିଗ ବୁଲର ପରବର୍ତୀ ପାର୍ଟର କାମ ଆରମ୍ଭ ହୋଇଯାଇଛି । ଆମେ ଏବେ ଏହାର ରାଇଟ୍ସ କ୍ରୟ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛୁ ବୋଲି ସେ କହିଛନ୍ତି । ଅଭିଷେକ ଜଣେ ଭଲ ଅଭିନେତା ତାଙ୍କ ସହ କାମ କରିବାକୁ ମୋତେ ଭଲ ଲାଗେ । ତେବେ କାହାଣୀ ଅନୁସାରେ ତାଙ୍କୁ ଚୟନ କରାଯିବ କି ନାହିଁ ତାହା ପରେ ବିଚାର କରାଯିବ ।

ଏହା ବ୍ୟତୀତ ଆମେ ସରକାର ଫ୍ରାଂଚାଇଜର ୪ର୍ଥ ପାର୍ଟ ମଧ୍ୟ କରିବୁ ବୋଲି ସେ କହିଛନ୍ତି । ଅମିତାଭ ବଚ୍ଚନଙ୍କ ସମୟ ଅନୁସାରେ ଏହା ପାଇଁ ଯୋଜନା ପ୍ରସ୍ତୁତ କରାଯିବ ବୋଲି ପଣ୍ଡିତ କହିଛନ୍ତି । ଡିଜନୀ ପ୍ଲସ ହଟଷ୍ଟାରରେ ରିଲିଜ ହୋଇଥିବା ଦି ବିଗ ବୁଲରେ ଅଭିଷେକଙ୍କ ବ୍ୟତୀତ ଇଲିଆନ ଡିକ୍ରୁଜ, ସୋହମ ଶାହ, ନିଖିଳ ଦତ, ବରୁଣ ଶର୍ମା ପ୍ରମୁଖ ଅଭିନୟ କରିଥିଲେ । ଏହି ଫିଲ୍ମକୁ ଅଜୟ ଦେବଗାନ, ଆନନ୍ଦ ପଣ୍ଡିତ, ବିକ୍ରାନ୍ତ ଶର୍ମା ଓ କୁମାର ମଙ୍ଗତ ପାଠକ ପ୍ରଡ୍ୟୁସ କରିଥିଲେ ।

Leave A Reply

Your email address will not be published.