Latest Odisha News

BREAKING NEWS

‘ଜବାନ୍’ କ୍ରେଜରେ ସବୁଠି ହାଉସଫୁଲ୍ ରହିଛି ସିନେମା ହଲ୍  

ଭୁବନେଶ୍ୱର: ସାହାରୁଖ୍ ଖାନଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ଜବାନ୍’ ଆଜି ରିଲିଜ୍ ହୋଇଛି । ଏଥିପାଇଁ ପ୍ରାୟ ସମସ୍ତ ହଲ୍ ହାଉସଫୁଲ୍ ରହିଛି । ରିଲିଜ ପୂର୍ବରୁ ଆଡଭାନ୍ସ ବୁକିଂରେ ରେକର୍ଡ ସୃଷ୍ଟି କରିଥିଲା ‘ଯବାନ’ ଫିଲ୍ମ । ଆଡଭାନ୍ସ ବୁକିଂରେ ୯ କୋଟିରୁ ଅଧିକ ଟଙ୍କା କମାଇଥିବା ଶାହାରୁଖଙ୍କ ‘ଯବାନ’ ଫିଲ୍ମ ରିଲିଜ୍ ହେବା ପରେ ଏବେ ସାରା ଦେଶରେ ଚର୍ଚ୍ଚାର ବିଶୟ ସୃଷ୍ଟି କରିଉଛି । ସାରା ଦେଶରେ ଆଡଭାନ୍ସ ଟିକେଟ୍ ବୁକିଂ ହୋଇଥିବା ବେଳେ କିଛି ହଲରେ ଟିକେଟ୍ ୨୪ଶହ ଟଙ୍କାରେ ବିକ୍ରି ହେଉଛି ବୋଲି ଖବର ମିଳିଛି ।

ଶାହାରୁଖଙ୍କ ଫିଲ୍ମ ଜବାନ ସ୍କ୍ରିନିଂ ହେବା ପୁର୍ବରୁ ପଖାପାଖି ୧ ମିଲିୟନ୍ ଆଡଭାନ୍ସ ଟିକେଟ୍ ବିକ୍ରି ହୋଇଥିଲା । ତେବେ ଓପନିଂ ଡେ’ ରେ ଫିଲ୍ମ ଶହେ କୋଟି ରୋଜଗାର କରିବ ବୋଲି ଆଶା ରଖିଛନ୍ତି ମେକର୍ସ । ଅଟଲି କୁମାରଙ୍କ ନିର୍ଦ୍ଦେଶିତ ଏବଂ ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ‘ଜବାନ’ ଫିଲ୍ମରେ ଦୀପିକା ପାଦୁକୋନ କ୍ୟାମିଓ ରୋଲରେ ନଜର ଆସିଥିବା ବେଳେ ଶାହାରୁଖ୍ ଖାନଙ୍କ ସମେତ ସାଉଥର ସୁପରଷ୍ଟାର ନୟନତାରା, ବିଜୟ ସେଥୁପତି, ସୁନୀଲ ଗ୍ରୋବର, ରିଧି ଡୋଗ୍ରା, ପ୍ରିୟମଣି ଏବଂ ସାନିଆ ମାଲହୋତ୍ରା ପ୍ରମୁଖ ଅଭିନୟ କରିଛନ୍ତି । ଜବାନ ସିନେମା ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ୍ ହୋଇଥିବା ବେଳେ ସାରା ବିଶ୍ୱରେ ଥିବା ଶାହାରୁଖ୍ ଖାନଙ୍କ ପ୍ରଶଂସକମାନେ ବେଶ୍ ଉତ୍ସାହିତ ଅଛନ୍ତି ।

ପଠାନର ଅପୂର୍ବ ସଫଳତା ପରେ ପରଦାକୁ ଆସିଛି ଜବାନ୍। ସବୁଠି ଜବାନ୍ କ୍ରେଜ୍। ଆଜି ରିଲିଜ୍ ହୋଇଥିବା ଏହି ସିନେମା ପାଇଁ ପ୍ରାୟ ସମସ୍ତ ହଲ୍ ହାଉସଫୁଲ୍ ରହିଥିବା ବେଳେ କିଙ୍ଗଖାନଙ୍କ ପ୍ରଂଶସକ ଓ ସମସ୍ତ ସିନେପ୍ରେମୀ ‘ଜବାନ’କୁ ବଡପରଦାରେ ଖୁବ୍ ଉପଭୋଗ କରୁଛନ୍ତି । ଆଡଭାନ୍ସ ଟିକେଟ୍ ବିକ୍ରିରେ ରେକର୍ଡ୍ କରିଛି ଏହି ସିନେମା । ପ୍ରଥମ ଦିନ ପାଇଁ ଆଗୁଆ ସାଢେ ୭ ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି ସରିଥିବା ବେଳେ ପ୍ରାୟ ସମସ୍ତ ହଲ୍ ଗୁଡିକ ହାଉସଫୁଲ ରହିଛି । ରାଜଧାନୀ ଭୁବନେଶ୍ବରଠୁ ଆରମ୍ଭ କରି ସାରା ଦେଶରେ ଜବାନକୁ ନେଇ ଆଲୋଚନା କରାଯାଉଛି ।  ହଲ୍ ଆଗରେ କେଉଁଠି ବିରାଟ୍ ବଡ଼ ପୋଷ୍ଟର୍ ଲାଗିଛି ତ ପୁଣି କେଉଁଠି କିଙ୍ଗ୍ ଖାନଙ୍କ କଟ୍ ଆଉଟ୍ ମନ ମୋହୁଛି। ଦମଦାର୍ ଆକ୍ସନ୍ ଆଉ ରୋମାନ୍ସରେ ଭରି ରହିଛି ଏହି ସିନେମା । କିଙ୍ଗଖାନଙ୍କ ପ୍ରଂଶସକ ଓ ସମସ୍ତ ସିନେପ୍ରେମୀ ‘ଜବାନ’କୁ ବଡପରଦାରେ ଦେଖିବା ପାଇଁ ବେଶ୍ ଆଗ୍ରହୀ ଥିବା ବେଳେ ଅନେକ ହଲ୍ ଭିତରେ ବସିବା ପାଇଁ ଲୋକଙ୍କୁ ସିଟ୍ ମିଳୁନି । ସାହାରୁଖ୍ ଖାନଙ୍କ ‘ଜବାନ୍’ ସନ୍ନି ଦେଓ୍ୱଲଙ୍କ ଗଦର୍- ୨ର ରେକର୍ଡ଼କୁ ଟକ୍କର୍ ଦେଇପାରେ ବୋଲି କୁହାଯାଉଛି ।

Leave A Reply

Your email address will not be published.