Latest Odisha News

BREAKING NEWS

ବର୍ଷାରେ ବେହାଲ ଟୁଇନ ସିଟି; ଆହୁରି ଦୁଇ ଦିନ ଛେଚିବ

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା । ରାଜ୍ୟ କେନ୍ଦ୍ରୀୟାଞ୍ଚଳ ସମେତ ୧୮ଟି ଜିଲ୍ଲାରେ ଆସନ୍ତା ୨ ଦିନ ପାଇଁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏମିତି ସତର୍କ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ (IMD) ।

ପାଣିପାଗ ସୂଚନା ଅନୁସାରେ, ଆଜି ମଧ୍ୟାହ୍ନରେ ଟୁଇଟ ସିଟିରେ ପ୍ରବଳ ବର୍ଷା ହୋଇଯାଇଛି । ଦୁଇ ସହରର ଅବସ୍ଥା ବେହାଲ ହୋଇ ଯାଇଛି । ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ଯାଇଛି ।

ଏପଟେ ରାଜ୍ୟରେ ଆହୁରି ଦୁଇଦିନ ଏମିତି ସ୍ଥିତି ଲାଗି ରହିବ ବୋଲି କହିଛି ପାଣିପାଗ ବିଭାଗ । ଆଇଏମଡି ମଧ୍ୟାହ୍ନ ବୁଲେଟିଂ ଅନୁସାରେ,  ଆସନ୍ତାକାଲି ସକାଳ ୮.୩୦ ସୁଦ୍ଧା ସମ୍ବଲପୁର, ଝାରସୁଗୁଡା, ବରଗଡ, ସୁନ୍ଦରଗଡ ଆଦି ଜିଲ୍ଲା ପାଇଁ  ପ୍ରବଳରୁ ଅତି ପ୍ରବଳ ବର୍ଷା (୭ରୁ ୧୧ ସେମି) ସମ୍ଭବନା ରହିଛି । ସେହିପରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, ଗଜପତି, ବଲାଙ୍ଗିର, ସୋନପୁର, ବୌଦ୍ଧ, ଦେବଗଡ଼,  କେନ୍ଦୁଝର, ମୟୂରଭଞ୍ଜ ଓ ଅନୁଗୁଳ ଆଦି ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଅନ୍ୟପକ୍ଷେ ବରଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, ଅନଗୁଳ, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ଶନିବାର ସକାଳ ସୁଦ୍ଧା  ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.