Latest Odisha News

BREAKING NEWS

ସେପ୍ଟେମ୍ବରରେ ଖୋଲିବ ସିନେମା ହଲ !

ନୂଆଦିଲ୍ଲୀ: କରୋନା ଯୋଗୁଁ ସାରା ଦେଶରେ ପଡିଥିଲା ତାଲା । ଶିକ୍ଷାନୁଷ୍ଠାନ, ହୋଟେଲ, ପାର୍କ, ସିନେମା ହଲ ସବୁଠି ଝୁଲୁଥିଲା ତାଲା ।

ତେବେ ଦୀର୍ଘ ୫ ମାସ ବନ୍ଦ ରହିବା ପରେ ସେପ୍ଟେମ୍ବର ମାସରେ ସିନେମା ହଲ ଖୋଲିବାକୁ ଯାଉଥିବ ଆଶା କରାଯାଉଛି । ଏହା ବ୍ୟତୀତ ବିଦ୍ୟାଳୟ, କଲେଜ, ସପିଂ ମଲ୍ ଗୁଡିକୁ ମଧ୍ୟ ସମ୍ପୂର୍ଣ୍ଣ ତାଲା ମୁକ୍ତ କରିବାକୁ ସରକାର ଅନୁମତି ପ୍ରଦାନ କରିପାରନ୍ତି ବୋଲି ଜଣାପଡିଛି ।

ପ୍ରେକ୍ଷାଳୟଗୁଡ଼ିକ ମଧ୍ୟ ଗ୍ରହକଙ୍କ ସୁରକ୍ଷା ଏବଂ ସ୍ୱଚ୍ଛତା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଇ ସାରିଛନ୍ତି । ଏହି ଆଶା ସହିତ ସାରା ଦେଶରେ ସିନେମା ହଲର ମାଲିକମାନେ ଥିଏଟରକୁ ଗ୍ରାହକ ଆଣିବାକୁ ପ୍ରସ୍ତୁତ ହେଉଥିବା ବେଳେ ସିନେମା ଟିକେଟ୍ ଉପରେ ଏକ ବଡ଼ ରିହାତି ଦେବାକୁ ମଲ୍ଟିପ୍ଲେକ୍ସ ଗୁଡିକ ପ୍ରସ୍ତୁତ ହେଉଥିବା ଶୁଣିବାକୁ ମିଳୁଛି ।

Leave A Reply

Your email address will not be published.