Latest Odisha News

BREAKING NEWS

କାଲିଠୁ ଦିଲ୍ଲୀରେ ଖୋଲିବ ମଲ୍ଟିପ୍ଲେକ୍ସ, ସିନେମା ହଲ୍

ନୂଆଦିଲ୍ଲୀ : ଆସନ୍ତାକାଲିଠୁ ଦିଲ୍ଲୀରେ ଖୋଲିବ ମଲ୍ଟିପ୍ଲେକ୍ସ, ସିନେମା ହଲ୍ । ୫୦ ପ୍ରତିଶତ ଦର୍ଶକରେ ସିନେମା ହଲ୍ ଖୋଲିବାକୁ ଅନୁମତି ଦିଆଯାଇଛି । ସେହିପରି ଶହେ ପ୍ରତିଶତ ସିଟିଂ କାପାସିଟିରେ ଚାଲିବ ମେଟ୍ରୋ । ହେଲେ ମେଟ୍ରୋରେ କୌଣସି ବ୍ୟକ୍ତି ଠିଆ ହୋଇ ଯାଇପାରିବେ ନାହିଁ ବୋଲି ଗାଇଡଲାଇନ ଜାରି କରିଛନ୍ତି ଦିଲ୍ଲୀ ସରକାର ।

ଡିଡିଏମଏ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡ ଲାଇନ ଅନୁସାରେ, ଆସନ୍ତାକାଲି ଠାରୁ ଶହେ ପ୍ରତିଶତ ବସିବା କ୍ଷମତାରେ ଚାଲିପାରିବ ଡିଟିଏସ୍ ବସ୍ ଓ ମେଟ୍ରୋ ଟ୍ରେନ୍ । ସେହିପରି ମଲ୍ଟିପ୍ଲେକ୍ସ, ସିନେମା ହଲ୍, ଥିଲଟର ୫୦ ପ୍ରତିଶତ ଦର୍ଶକରେ ଖୋଲିବାକୁ ଗାଇଡଲାଇନ ଜାରି କରାଯାଇଛି । ବିବାହରେ ଶହେ ଓ ଶୁଦ୍ଧିକ୍ରିୟାରେ ୫୦ ଜଣ ଲୋକ ସାମିଲ ହୋଇପାରିବେ । ସମସ୍ତ ଅଡିଟୋରିୟମ ମଧ୍ୟ ଖୋଲିପାରିବ । ହେଲେ ସମସ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ । ରାଜନୈତିକ, ଧାର୍ମିକ ସଭା ବା କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ଉପରେ ପୂର୍ବଭଳି କଟକଣା ବଳବତ୍ତର ରହିବ ।

Leave A Reply

Your email address will not be published.