Latest Odisha News

BREAKING NEWS

କାଲି ଖୋଲିବ ସ୍କୁଲ, ପାଠପଢ଼ିବେ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲା

ଭୁବନେଶ୍ବର : ଆସନ୍ତାକାଲି ଖୋଲିବ ସ୍କୁଲ । ପାଠ ପଢ଼ିବେ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲା । ଏନେଇ ସବୁ ପ୍ରସ୍ତୁତି ସରିଛି । କିପରି ଗାଇଡଲାଇନ୍ ଅନୁସାରେ ସ୍କୁଲ ଖୋଲିବ, ସେନେଇ ଜିଲ୍ଲାପାଳଙ୍କ ସହ ଡିଇଓ ଓ ବିଇଓଙ୍କ ବୈଠକ ଅନୁଷ୍ଠିତ ହୋଇଛି । ସ୍କୁଲରେ ସାନିଟାଇଜର, ଥର୍ମାଲ ସ୍କାନିଂ ଓ ପାଣି ବ୍ୟବସ୍ଥା କରିବା ବାଧ୍ୟତାମୂଳକ । ତୁରନ୍ତ ସ୍କୁଲରେ କିପରି ହୋଇଛି ବନ୍ଦୋବସ୍ତ, ସେଥିପାଇଁ ଡିଇଓ ଓ ବିଇଓଙ୍କୁ ସ୍କୁଲ ପରିଦର୍ଶନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ଆସନ୍ତାକାଲି ସ୍କୁଲ ଖୋଲୁଥିବାରୁ ସ୍କୁଲ ସାନିଟାଇଜେସନ ଶେଷ ହୋଇଛି । ଅଭିଭାବକଙ୍କ ଅନୁମତି ମାଗିଛନ୍ତି ପ୍ରଧାନ ଶିକ୍ଷକ । ଯେଉଁ ଅଭିଭାବକ ସ୍କୁଲକୁ ପିଲାଙ୍କୁ ଛାଡିବାକୁ ସଙ୍କୋଚ ମନେ କରୁଛନ୍ତି, ସେମାନଙ୍କ ପାଇଁ ଅନଲାଇନ ବ୍ୟବସ୍ଥା କରାଯାଇଛି । ଗାଇଡଲାଇନ୍ ଅନୁସାରେ ସ୍କୁଲ ଖୋଲିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

ଆସନ୍ତାକାଲି ସକାଳ ୧୦ଟାରୁ କ୍ଲାସ ଆରମ୍ଭ ହୋଇ ଦିନ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ନା ହେବ ପ୍ରାର୍ଥନା ନା ଟିଫିନ ବ୍ରେକ । ସାମାଜିକ ଦୂରତା କିପରି ରକ୍ଷା ହୋଇ କ୍ଲାସ ହେବ, ସେ ନେଇ ବିଭିନ୍ନ ସେକ୍ସନରେ ଶ୍ରେଣୀ ବିଭକ୍ତ କରାଯାଇଛି । ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଇସୋଲେସନ ରୁମର ବ୍ୟବସ୍ଥା ହୋଇଛି । ଶିକ୍ଷକମାନେ ଟିକା ନେଇ ଆସିବାର ନିୟମ ହୋଇଛି । ତେବେ ଦ୍ବିତୀୟ ଡୋଜ ଟିକା ନ ନେଇଥିଲେ ବି ଗୋଟିଏ ଡୋଜ ଟିକା ନେଇଥିବା ଶିକ୍ଷକ ସ୍କୁଲ ଆସିପାରିବେ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.