Latest Odisha News

BREAKING NEWS

ବଲାଙ୍ଗିରରେ ଖବରକାଗଜ ସର୍କୁଲେସନ୍ କର୍ମଚାରୀଙ୍କୁ ହତ୍ୟା

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାରେ ଏକ ଦୈନିକ ଖବରକାଗଜର ସର୍କୁଲେସନ୍ କର୍ମଚାରୀଙ୍କୁ ହତ୍ୟା ଅଭିଯୋଗରେ ବଲାଙ୍ଗୀର ଟାଉନ ଥାନା ପୋଲିସ ମଙ୍ଗଳବାର ଦିନ ୩ଜଣଙ୍କୁ ଅଟକ ରଖିଛି ।

ମୃତକଙ୍କ ନାମ ପ୍ରତାପ ମହାପାତ୍ର ଏବଂ ସେ ଗତ ୪ ମାସ ହେବ ଉକ୍ତ ଦୈନିକ ଖବରକାଗଜର ସର୍କୁଲେସନ୍ କର୍ମଚାରୀ ଭାବେ କାର‌୍ୟ୍ୟ କରୁଥିଲେ। ଏଥିସହିତ ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ ପୋଲିସ ସୁତ୍ରରୁ ଜଣାପଡିଛି ।

ଅନ୍ୟପକ୍ଷରେ ଅଟକ ୩ଜଣଙ୍କ ନାମ ସ୍ୱାଧୀନ ମେହେର, ତପନ ନାୟକ ଓ ତୋଫାନ ନାଗ ବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନାଅନୁଯାୟୀ ଗତ ଜାନୁୟାରୀ ୨୬ ତାରିଖ ଦିନ ସାଧାରଣତନ୍ତ୍ର ଦିବସ ଅବସରରେ ଅଫିସ୍ ଛୁଟି ଥିବାରୁ ପ୍ରତାପ କୌଣସି କାର୍ଯ୍ୟରେ ସମ୍ବଲପୁର ଗସ୍ତରେ ଯାଇଥିଲେ। ସେଠାରୁ ସେ ସୋନପୁର ଯାଇ ବଲାଙ୍ଗିର ଫେରିଥିଲେ। ଆହୁରି ମଧ୍ୟ ବସଷ୍ଟାଣ୍ଡରୁ ଓହ୍ଲାଇ ସେ ଅଫିସକୁ ଯାଉଥିବା ବେଳେ ରେଲୱେ ଷ୍ଟେସନ୍ ରୋଡ ସ୍ଥିତ ମହାଲକ୍ଷ୍ମୀ ନଗର ନିକଟରେ କିଛି ଦୁର୍ବୃତ୍ତ ତାଙ୍କୁ ଠାରୁ ଲୁଟ୍ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପ୍ରତାପ ସେମାନଙ୍କୁ ବାଧା ଦେବାରୁ ଦୁବୃର୍ତ୍ତ ମାନେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ନେଇ ଜଣାପଡିଛି ।

ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା ଏବଂ ମଙ୍ଗଳବାର ଦିନ ମୃତଦେହର ପୋଷ୍ଟମର୍ଟମ କରାଯିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ ।

ମୃତ ପ୍ରତାପ ଗତ ବର୍ଷ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ବେଳେ ତାଙ୍କର ୩ ମାସର ଏକ ଶିଶୁ କନ୍ୟା ରହିଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.