Latest Odisha News

ଖୁବ୍ ଚର୍ଚ୍ଚାରେ ‘ନାଗରିକତା ବିଲ୍’; ରାଜ୍ୟସଭା ଉପରେ ଆଜି ସମସ୍ତଙ୍କ ନଜର…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍ (ସିଏବି) ଲୋକସଭାରେ ପାରିତ ହୋଇଯିବା ପରେ ଏବେ ସମସ୍ତଙ୍କ ନଜର ରାଜ୍ୟସଭା ଉପରେ । ସୋମବାର ଦିନ ଲୋକସଭାରେ ଏହି ବିଲଟି ପାଶ୍ ହେବା ପରେ ଏନଡ଼ିଏ ସରକାର ଏହି ବିଲଟିକୁ ଆଜି ରାଜ୍ୟସଭାରେ ଆଗତ କରିଛନ୍ତି । ଆଜି ଏହି ବିଲଟିକୁ ନେଇ ରାଜ୍ୟସଭାରେ ଚାଲିଛି ଆଲୋଚନା ।

ଯଦି ଏହି ବିଲଟି ରାଜ୍ୟସଭାରେ ପାଶ୍ ହୋଇଯାଏ ତେବେ ଏହା ହେବ ପ୍ରଥମ ବିଲ୍ ଯାହାକି ଧର୍ମୀୟ ଆଧାରରେ ଜାତୀୟତାକୁ ବିଚାର କରାଯିବ ।

ରାଜ୍ୟସଭାରେ ସଂଖ୍ୟକୁ ନେଇ ଖେଳ:

ରାଜ୍ୟସଭାରେ ଏବେ ମୋଟ ସଦସ୍ୟ ସଂଖ୍ୟା ହେଲା ୨୪୦ । ଏହି ବିଲଟି ପାଶ୍ ହେବାକୁ ହେଲେ ୧୨୧ ଜଣ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । ବିଜେପି ନେତୃତ୍ୱାଧୀନ ଏନଡ଼ିଏର ରହିଛି ୧୨୮ ଜଣ ସଦସ୍ୟଙ୍କ ସମର୍ଥନ ।

ସେହିପରି ଭାବେ ବିରୋଧୀ କଂଗ୍ରେସ ନେତୃତ୍ୱରେ ୟୁପିଏର ୧୧୨ଟି ଭୋଟ୍ ରହିଛି । ଏହି ଭୋଟରେ ରହିଛି ତୃଣମୂଳ କଂଗ୍ରେସ ଏବଂ ସିପିଆଇ-ଏମର ସମର୍ଥନ ।

କ’ଣ ରହିଛି ଏହି ବିଲରେ !

ଏହି ବିଲକୁ ନେଇ ଏବେ ବିବାଦ ଜାରି ରହିଛି । ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ଥାନରୁ ଚାଲିଆସିଥିବା ଅଣ ମୁସଲିମ ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ ଲାଗି ଏହି ବିଲଟିରେ ପ୍ରସ୍ତାବ ରହିଛି । ଏହି ବିଲରେ ଧର୍ମକୁ ନେଇ ନାଗରିକତ୍ୱ ପ୍ରଦାନ ପାଇଁ ବ୍ୟବସ୍ଥା ଥିବାରୁ ଏହାକୁ କଂଗ୍ରେସ ସମେତ ଅନେକ ରାଜନୈତିକ ଦଳଗୁଡ଼ିକ ବିରୋଧ କରିବାରେ ଲାଗିଛନ୍ତି ।

ବିଲକୁ ନେଇ କେନ୍ଦ୍ରର ଅ।ଶ୍ୱାସନା:

ରାଜ୍ୟସଭାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ, ଏହି ବିଲକୁ ନେଇ ସନ୍ଦେହ ପ୍ରକାଶ କରିବା ଉଚିତ ନୁହେଁ । ଦେଶରେ ଥିବା ସମସ୍ତ ମୁସଲମାନମାନେ ଆଦୌ ଭୟଭିତ ହେବା ଆବଶ୍ୟକ ନୁହେଁ । ସେମାନେ ଏହି ଦେଶର ଏବଂ ଏହି ଦେଶର ନାଗରିକ ହୋଇ ରହିବେ ।

Leave A Reply

Your email address will not be published.