Latest Odisha News

BREAKING NEWS

ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପାଖରେ ବିଏମସି ଜାରି ରଖିବ ଉଚ୍ଛେଦ କାର୍ଯ୍ୟ

ଭୁବନେଶ୍ୱର: ସ୍ଥାନୀୟ ଲୋକଙ୍କ ବିରୋଧ ତଥା ବହୁ ବାଦ ପ୍ରତିବାଦ ପରେ ମଧ୍ୟ ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପାଖରେ ବିଏମସି ଉଚ୍ଛେଦ ପକ୍ରିୟା ଜାରି ରଖିବ ।

ବୁଧବାର ବିଏମସି ଓ ଉଚ୍ଛେଦ ହେଉଥିବା ବ୍ୟବସାୟୀଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଗଣମାଧ୍ୟମକୁ ସୂଚନା ଦେଇ ଏହା କହିଛନ୍ତି ।

“ତେବେ ଯେଉଁମାନଙ୍କର ଦୋକାନ ଉଚ୍ଛେଦ ହେବ ସେମାନଙ୍କୁ ବର୍ଷକ ପାଇଁ ସରକାରଙ୍କ ପକ୍ଷରୁ ଭରଣ ପୋଷଣ ଦିଆଯିବ । ସେହିଭଳି ଉଚ୍ଛେଦ ହେଉଥିବା ସ୍ଥାନରେ ବିଏମସି କ’ଣ କାର୍ଯ୍ୟ କରିବ ତାର ରୂପରେଖ ୨ ଦିନ ଭିତରେ ଲୋକଙ୍କୁ ଜଣାଇବ” ବୋଲି କମିଶନର ସୂଚନା ଦେଇଛନ୍ତି

ସୂଚନାଯୋଗ୍ୟ, ଲିଙ୍ଗରାଜ ମନ୍ଦିର ଚାରିପାଖ ଉଚ୍ଛେଦକୁ ନେଇ ଅସନ୍ତୋଷ ପ୍ରକାଶ ପାଇବାରୁ ଗତକାଲି ଉଚ୍ଛେଦ କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା ।

ମନ୍ଦିର ନିକଟସ୍ଥ ୩ ଦିଗରୁ ୬୬ଟି ଛୋଟ ଓ ମଧ୍ୟମ ଧରଣର ଦୋକାନକୁ ଭଙ୍ଗାଯାଇ ସାରିଲାଣି । ସେହିପରି ବ୍ୟବସାୟୀଙ୍କୁ ଥଇଥାନ ପାଇଁ ୪ଟି ଜାଗା ଚିହ୍ନଟ ହୋଇଛି ।

Leave A Reply

Your email address will not be published.