Latest Odisha News

ଏମିତି ଦେଶ: ଯେଉଁଠି ପ୍ରତି ୬ ମାସରେ ବଦଳେ ନାଗରିକତା

ଦୁନିଆର ପ୍ରତ୍ୟେକ ଦେଶ ନିଜ ଲୋକଙ୍କୁ ନାଗରିକତ୍ୱ ପ୍ରଦାନ କରିଥାଏ । କେବଳ ଗୋଟିଏ ଦେଶର ଆଇନଗତ ନାଗରିକ ସେହି ଦେଶର ସମସ୍ତ ସୁବିଧା ପାଇ ପାରିବେ । ଯେକୌଣସି ଦେଶର ନାଗରିକତ୍ୱ ପାଇଁ ଅନେକ ମାନଦଣ୍ଡ ପୂରଣ କରିବାକୁ ପଡ଼ିବ । କିନ୍ତୁ ଏମିତି ଏକ ଦେଶ ଅଛି, ଯେଉଁଠି ବାସ କରୁଥିବା ଲୋକଙ୍କ ନାଗରିକତା ପ୍ରତି ୬ ମାସରେ ବଦଳିଥାଏ ।

ଆମେ ଫ୍ରାନ୍ସ ଏବଂ ସ୍ପେନ ସୀମାରେ ଅବସ୍ଥିତ ଫିଷ୍ଟାନ ଦ୍ୱୀପ ବିଷୟରେ କହୁଛୁ । ସ୍ପେନ ଏବଂ ଫ୍ରାନ୍ସ ସହିତ ଏହାର ସୀମା ବାଣ୍ଟୁଥିବା ଏହି ଦ୍ୱୀପର ଏକ ସ୍ୱତନ୍ତ୍ର ପରମ୍ପରା ଅଛି । ଏହି ଦ୍ୱୀପରେ ରହୁଥିବା ଲୋକମାନେ ପ୍ରତି ୬ ମାସରେ ନାଗରିକତା ହରାନ୍ତି । ଏହି ଲୋକମାନେ ବର୍ଷର ୬ ମାସ ପାଇଁ ସ୍ପେନର ନାଗରିକ ଏବଂ ଅବଶିଷ୍ଟ ୬ ମାସ ପାଇଁ ଫ୍ରାନ୍ସର ନାଗରିକ ହୁଅନ୍ତି । ଏଥିପାଇଁ ସ୍ପେନ ଏବଂ ଫ୍ରାନ୍ସ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ନାଗରିକତ୍ୱର ଏହି ପରିବର୍ତ୍ତନ ସମାନ ଆଧାରରେ କରାଯାଇଥାଏ ।

ପାୟରେନିସ ଚୁକ୍ତି ହେତୁ ଏହି ଦ୍ୱୀପ ପ୍ରତ ୬ ମାସରେ ଦୁଇ ଦେଶ ମଧ୍ୟରେ ବିଭକ୍ତ । ଏଥିପାଇଁ ଫ୍ରାନ୍ସର ରାଜା ସ୍ପେନର ରାଜାଙ୍କ ଝିଅଙ୍କୁ ବିବାହ କରିଥିଲେ । ସେବେଠାରୁ ଏଠାରେ ଥିବା ଲୋକଙ୍କ ନାଗରିକତ୍ୱ ୩୫୦ଗୁଣରୁ ଅଧିକ ବଦଳିଛି । ଏହି ଲୋକମାନେ ଫେବୃୟାରୀରୁ ଜୁଲାଇ ପର୍ଯ୍ୟନ୍ତ ସ୍ପେନର ନିୟମ ପାଳନ କରନ୍ତି ।ଏହା ପରେ ଅଗଷ୍ଟରୁ ଜାନୁୟାରୀ ଶେଷ ପର୍ଯ୍ୟନ୍ତ ଏଠାରେ ଫ୍ରାନ୍ସ ନିୟମ ଜାରି ରହିଥାଏ ।

Comments are closed.