Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀଜଗନ୍ନାଥଙ୍କ ଅଷ୍ଟମ ଅବତାର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଲୀଳା ମୟ ଶ୍ରୀଜଗନ୍ନାଥଙ୍କ ଅଷ୍ଟମ ଅବତାର ଭାବରେ ଭଗବାନ ଶ୍ରୀକୃଷ୍ଣଙ୍କୁ କିଛି ଶାସ୍ତ୍ର ବର୍ଣ୍ଣିତ କରିଛି । କିନ୍ତୁ ବିଶେଷ ଭାବରେ ଶ୍ରୀକୃଷ୍ଣ ଙ୍କୁ ସ୍ୱୟଂ ଭଗବାନ ବୋଲି ସ୍ୱୀକାର କରାଯାଇଛି । ଓଡ଼ିଆ ଭଗବତରେ ତ ଜଗନ୍ନାଥ ଦାସ ଶ୍ରୀକୃଷ୍ଣ ଙ୍କୁ “ଜଗନ୍ନାଥ ” ବୋଲି ବିବେଚନା କରିଛନ୍ତି ଓ ଲେଖିଛନ୍ତି :

ତିନ୍ତିବା ଦେଖି ଜଗନ୍ନାଥ,

ଫଣlରେ ଢାଙ୍କିଲା ଅନନ୍ତ ।

 

ସେହିଭଳି ସାଧାରଣ ଭାବରେ ସମସ୍ତେ ଜାଣନ୍ତି ଶ୍ରୀଜଗନ୍ନାଥ ସ୍ୱୟଂ ନାରାୟଣ (ପରଂବ୍ରହ୍ମ ବିଷ୍ଣୁ ), ଭାଗବତ ଶ୍ରୀକୃଷ୍ଣଙ୍କୁ ନାରାୟଣ ଭାବରେ ମଧ୍ୟ ବର୍ଣ୍ଣନା କରିଛି । ଅଜା ଉଗ୍ରସେନ ବାସୁଦେବ ଙ୍କ ପଥ ଓଗାଳି ପଚାରିଛନ୍ତି ସେ କାହାକୁ ନେଉଛନ୍ତି, ଉତ୍ତର ରେ ପିତା ବାସୁଦେବ କହିଛନ୍ତି ସ୍ୱୟଂ ନାରାୟଣଙ୍କୁ ତାଙ୍କରି ନିର୍ଦେଶ ରେ ଗୋପପୁରକୁ ନେଉଛନ୍ତି । ଭକ୍ତ ଉଗ୍ରସେନ ହାତଯୋଡି ନିବେଦନ କରିଛନ୍ତି “ତୁ ଯେବେ ନିଜେ ନାରାୟଣ ଦେଖାଅ ଶଙ୍ଖ ଚକ୍ର ଚି଼ହ୍ନ ।”

 

ଭଗବାନ ଶ୍ରୀକୃଷ୍ଣ ନିଜର ନାରାୟଣ ରୂପ ଉଗ୍ରସେନଙ୍କୁ ଦର୍ଶନ କରାଇ, ପୁଣି ରାଜା କରାଇବାର ପ୍ରତିଶୃତି ଦେଇଥିଲେ । ଅତ୍ୟନ୍ତ ଗଭୀର ଓ ଉଗ୍ର ତେଜବାନ ସ୍ରୋତସ୍ୱନୀ ନଦୀ ଯମୁନାକୁ ବାଲି ବନ୍ଧରେ ବାଟଦେଇ ନିଜର ଲୀଳା ସ୍ଥଳୀ ରୂପେ ପରିଗଣିତ ହେବା ପାଇଁ ଆହ୍ୱାନ ଦେଲେ, ଆଉ ତାହାହିଁ ହେଲା । ବିଜୁଳି କନ୍ୟା କଂସ ହାତରୁ ଖସି ଶୂନ୍ୟ ବାଣୀ କଲେ “ମୋତେ ମାର, ତୋତେ ମାରିବାକୁ ଗୋପେ ଅବତାର “. କଂସର ଆଦେଶରେ ରାକ୍ଷସୀମାନେ ଗୋପର ସମସ୍ତ ଶିଶୁମାନଙ୍କୁ ବଧ କରିବାକୁ ଗଲେ । ପୁତନା ନାମକ ଅସୁରୁଣୀ ସୁନ୍ଦରୀ ମୋହିନୀ ନାରୀ ବେଶରେ କୃଷ୍ଣଙ୍କ ମୁଖରେ ନିଜ ବିଷ ବୋଳା ସ୍ତନ ଦେଲା, ଯଥା :

 

କୃଷ୍ଣର ମୁଖେ ଦେଲା ସ୍ତନ,

ଗାଢେ ପିଅନ୍ତି ଭଗବାନ ।

ପାଞ୍ଚପରlଣ କ୍ଷୀର ସଙ୍ଗେ,

ପଶିଲା ଗୋବିନ୍ଦର ଅଙ୍ଗେ ।

ଜୀବ ଛାଡିଲା ଗଣ୍ଠି ଛନ୍ଦ,

ଅସୁରୀ କଲା ଘୋର ନାଦଲ ।

 

ମା ଯଶୋଦା ଶ୍ରୀକୃଷ୍ଣଙ୍କୁ ଯାଆଁଳା ଅର୍ଜୁନ ଗଛରେ ବାନ୍ଧିଲେ, ଶିଶୁ କୃଷ୍ଣ ଦୁଇଟି ଗଛ ଉପାଡି ଯକ୍ଷ କନ୍ୟାଙ୍କୁ ଉଦ୍ଧାର କଲେ । ବାଳୁତ ଅବସ୍ଥାରେ କାଳୀୟ ନାଗର ଫଣlରେ ନୃତ୍ୟ କରି ତାକୁ ବିନାଶ କଲେ ।

ଗୋବିନ୍ଦ ଗୋପେ ଗୁରୁତର,

ଉଠିଲେ କାଳୀୟର ଶୀର l

ସର୍ପ ର ମୁଣ୍ଡେ ମଣି ଥିଲା,

ଶ୍ରୀକୃଷ୍ଣ ଚରଣେ ଲାଗିଲା l

ମଣି ର ତେଜେ ରଙ୍ଗ ବର୍ଣ,

ସୁନ୍ଦର ଶ୍ରୀହରି ଚରଣ l

ତ୍ରିଭଙ୍ଗୀ ଛନ୍ଦେ ଉଭା ହୋଇ,

ନାଚନ୍ତି ଗୋପାଳ ଙ୍କୁ ଚାହିଁ ।

ଏହା ପରେ ଗିରି ଗୋବର୍ଦ୍ଧନ ଟେକା ପ୍ରସଙ୍ଗ, ଇନ୍ଦ୍ର କୋପ କରି ବଜ୍ର ସହ ସାତଦିନ ପ୍ରବଳ ବୃଷ୍ଟି କଲେ, କିନ୍ତୁ ଶେଷରେ ପରାଜୟ ସ୍ୱୀକାର କରି ଗୋବିନ୍ଦ ବୋଲି ସମ୍ବୋଧନ କଲେ ।

ଇନ୍ଦ୍ର ହାରିଣ ଶରଣ ପଶିଲା,

ଗୋପେ ଗୋବିନ୍ଦ ନାମ ଦେଇଗଲା,

ଏହା “ଗୋପୀ ଭାଷା “ରେ ବର୍ଣ୍ଣିତ । ଏଭଳି ମାଧୁର୍ଯ୍ୟ ଲୀଳା ର ଅଧିକାରୀ ଶ୍ରୀକୃଷ୍ଣ ଙ୍କ ଲୀଳା ବର୍ଣ୍ଣନା କଲେ ଗୋଟିଏ ଯୁଗ ଲାଗିବ, ଅତୀବ ଗହନ ତାଙ୍କ ଲୀଳା, ପୁଣି ଭାଗବତରୁ ପଦେ :

ଯାହାର ଚରିତ ଗହନ,

ଧ୍ୟାନେ ଭାବ ନ୍ତି ମୁନି ଜନ ।

ତେଣୁ ଭଜିବା, ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ ହରେ ହରେ, କାରଣ ଯିଏ କୃଷ୍ଣ ସେ ହରି, ସେବି ଶ୍ରୀଜଗନ୍ନାଥ

ଜୟ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ

Leave A Reply

Your email address will not be published.