Latest Odisha News

BREAKING NEWS

୬ ମାସ ମଧ୍ୟରେ ହେବ ପୌର ନିର୍ବାଚନ !

ଭୁବନେଶ୍ୱର: ପୌର ନିର୍ବାଚନକୁ ନେଇ ୨ ବର୍ଷ ହେବ ଲାଗି ରହିଛି ଅଚଳାବସ୍ଥା । ଏହାରି ଭିତରେ କେବେ ହେବ ପୌର ନିର୍ବାଚନ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଦୀର୍ଘ ୩ ବର୍ଷ ଧରି ପୌର ନିର୍ବାଚନ ହୋଇନଥିବା ବେଳେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ ଆଜି ଏନେଇ ସୂଚନା ଦେଇଛନ୍ତି।

ତାଙ୍କ କହିବା ଅନୁସାରେ, ପ୍ରଥମେ ସୀମା ପୁନଃ ନିର୍ଦ୍ଧାରଣ ଏବଂ ୱାର୍ଡ ସଂରକ୍ଷଣ କାମ କରାଯିବ। ସେହି କାମ ସରିବା ପରେ ଭୋଟର ତାଲିକା ପ୍ରସ୍ତୁତ ହେବ। ଏସବୁ କାମ କରିବାକୁ ୪ ମାସ ସମୟ ଲାଗିବ। ତା ପରେ ପୌର ନିର୍ବାଚନ ହେବ। ୫୦ ପ୍ରତିଶତ ଭିତରେ ରିଜର୍ଭେସନ୍ ରହିବ ବୋଲି ପୂର୍ବରୁ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ସେହି ଅନୁସାରେ, ପୌର ନିର୍ବାଚନ କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି।

ଏ ନେଇ ଆସନ୍ତା ୨୦ ତାରିଖ ଠାରୁ ବିଧାନସଭାରେ ବସିବାକୁ ଥିବା ଶୀତକାଳୀନ ଅଧିବେଶନରେ ପୌର ନିୟମ ସଂଶୋଧନ ନେଇ ବିଧେୟକ ଆସିବ ବୋଲି ଜଣାପଡିଛି । ଏହା ପାରିତ ହେବା ପରେ ସରକାର ପୌର ନିର୍ବାଚନ ପାଇଁ କିଭଳି ପ୍ରସ୍ତୁତ ହେଉଛନ୍ତି ସେନେଇ ରାଜ୍ୟ ନିର୍ବାଚନ କମିସନଙ୍କୁ ଅବଗତ କରାଇବେ । ଏହା ପରେ କମିସନ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବେ । ୱାର୍ଡ ପୁନର୍ଗଠନ, ଭୋଟର ତାଲିକା ପ୍ରସ୍ତୁତି ସହ ନିର୍ବାଚନ କରାଇବାକୁ ୬ ମାସ ସମୟ ଆବଶ୍ୟକ ବୋଲି ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ପୌରାଞ୍ଚଳର ସୀମା ପୁନଃନିର୍ଦ୍ଧାରଣ, ସ୍ଥାନ ସଂରକ୍ଷଣ ଓ ନିର୍ବାଚନ ପରିଚାଳନା ନିୟମ ୧୯୯୪ରେ ସଂଶୋଧନ ଆସିବା ପରେ ୨୦୨୧ ଜୁନ୍ ସୁଦ୍ଧା ପୌର ନିର୍ବାଚନ ହୋଇପାରେ ବୋଲି ନଗର ଉନ୍ନୟନ ବିଭାଗ ସୂଚନା ଦେଇଛି ।

Leave A Reply

Your email address will not be published.