Latest Odisha News

BREAKING NEWS

ଟିଏମସି ଛାଡିବେ ଶୁଭେନ୍ଦୁ, ଅମିତ ଶାହଙ୍କ ଗସ୍ତ ପରେ ରାଜନୀତି ଜୋର ଧରିଲା

କୋଲକାତା: ବିହାର ନିର୍ବାଚନ ସଫଳତା ପରେ ପଶ୍ଚିମବଙ୍ଗରେ ରାଜନୀତି ସରଗରମ ଜୋର ଧରିଛି । ଅମିତ ଶାହଙ୍କ ଗସ୍ତ ପରେ ଟିଏମସିର ପ୍ରମୁଖ ନେତା ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ବିରୋଧ କରିବା ଆରମ୍ଭ କରିଛନ୍ତି । ଗୁରୁବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଯୋଗ ନ ଦେବା ଫଳରେ ମମତା ଓ ଶୁଭେନ୍ଦୁ ମୁହାଁମୁହିଁ ପରିସ୍ଥିତିକୁ ଆସି ଯାଇଛନ୍ତି । ତାଙ୍କ ବ୍ୟତୀତ ରାଜୀବ ବାନାର୍ଜି, ଗୌତମ ଦେବ ଓ ରବୀନ୍ଦ୍ର ଘୋଷ ମଧ୍ୟ ବୈଠକରେ ଯୋଗ ଦେଇ ନ ଥିଲେ ।

ରିପୋର୍ଟ ମୁତାବକ ଶୁଭେନ୍ଦୁ ବିଜେପିରେ ଯୋଗ ଦେବେ ବୋଲି ଅଟକଳ ଲଗାଯାଉଛି । ସେ ମମତାଙ୍କ ଅତି ନିକଟତର ବୋଲି ବିବେଚନା କରାଯାଇଛି । ତାଙ୍କର ପ୍ରଭାବ ପଶ୍ଚିମବଙ୍ଗର କେତେକ ସିଟ ଉପରେ ରହିଛି । ନିର୍ବାଚନ ମୈଦାନରେ ମୁଁ ତୁମକୁ ଦେଖି ନେବି ବୋଲି ସେ ମମତାଙ୍କୁ କହିଛନ୍ତି ।

Leave A Reply

Your email address will not be published.