Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ, ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ଭୁବନେଶ୍ୱର: ରାଜ୍ୟ ଯୋଗାଣ ବିଭାଗର ମୁଖ୍ୟାଳୟର ଯୋଗାଣ ଅଧିକାରୀ ଆନନ୍ଦ ଚରଣ ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀଙ୍କ ଅଫିସ୍ ସହ ଆଉ ୫ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶରେ ଚାଲିଥିବା ଚଢ଼ାଉରେ ଭିଜିଲାନ୍ସ ବିଭାଗର ୪ଜଣ ଡିଏସପି ଏବଂ ୮ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।

ଅନାଦିଙ୍କ ଛତ୍ରପୁର ରାମ ନଗର ସ୍ଥିତ ଦୁଇ ମହଲା ଘର, ମାର୍କେଟ କମ୍ପ୍ଲେକ୍ସ, ବ୍ରହ୍ମପୁର ଖାରବେଳ ନଗର ସ୍ଥିତ ଦୁଇ ମହଲା କୋଠା, ବାଲେଶ୍ଵର ବଡ଼ ଝିଅଙ୍କ ଘର ଏବଂ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ହୋଟେଲରେ ଚଢ଼ାଉ ହୋଇଛି । ଅନାଦି ପୂର୍ବରୁ ଗଜପତି ଜିଲ୍ଲା ଯୋଗାଣ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ଏବେ ରେଡ୍ ଜାରି ରହିଛି ।

Leave A Reply

Your email address will not be published.