Latest Odisha News

BREAKING NEWS

ଭୁବନେଶ୍ୱରକୁ ବ୍ୟାପିପାରେ ‘ଅଗ୍ନିପଥ’ ନିଆଁ, ସହର ସାରା ଖାକିମୟ

ଭୁବନେଶ୍ୱର: ରାଜଧାନୀରେ ପୋଲିସର କଡ଼ା ପ୍ରସ୍ତୁତି । ‘ଅଗ୍ନିପଥ’କୁ ନେଇ ‌ବିରୋଧୀ ଭାରତ ବନ୍ଦ ଡାକରା ଦେଇଥିବା ବେଳେ ରାଜଧାନୀରେ ପୋଲିସ ସଜାଗ ରହିଛନ୍ତି । ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ମୁକାବିଲା ପାଇଁ ସହର ସାରା ମୁତୟନ ହୋଇଛନ୍ତି ପୋଲିସ । ବିଶେଷ କରି ବିଭିନ୍ନ ଟ୍ରାଫିକ ପୋଷ୍ଟ ସହ ମାଷ୍ଟରକ୍ୟାଣ୍ଟିନ ଛକ, ରେଳ ଷ୍ଟେସନରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ଏଥିସହ ଆର୍ମି କ୍ୟାମ୍ପ ୧୨୦ ବାଟାଲିୟନ ସମେତ ରେଳ ଷ୍ଟେସନର ଚାରିପଟେ ପୂରା ପୋଲିସ ମୁତୟନ ହୋଇଛନ୍ତି । ଭୁବନେଶ୍ୱର ଡିସିପି କହିଛନ୍ତି ଇଣ୍ଟେଲିଜେନ୍ସ ଆଧାରରେ ସହରରେ ଚାରିଆଡ଼େ ୧୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଏଥିସହ ଷ୍ଟେସନରେ ଆର୍ମି କ୍ୟାମ୍ପକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି । ଆରପିଏଫ ପକ୍ଷରୁ ମଧ୍ୟ ଷ୍ଟେସନ ଭିତରେ ଓ ବାହାରେ ଏକ ପ୍ଲାଟୁନ ଫୋର୍ସ ଆଲର୍ଟ ରହିଛନ୍ତି ।

Leave A Reply

Your email address will not be published.